ବ୍ଲକ କଂଗ୍ରେସ ସାଙ୍ଗଠନିକ ବୈଠକ

ଆରଡି,( ଆଲୋକ ଚନ୍ଦ୍ର ନାୟକ) : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଧୂଷୁରୀ ସ୍ଥିତ ପୂଜ୍ୟପୂଜା ସଂସଦ ଭବନରେ ବ୍ଲକ କଂଗ୍ରେସ ନେତୃସ୍ଥାନୀୟ ଓ କର୍ମୀ ମାନଙ୍କୁ ନେଇ ଏକ ସାଙ୍ଗଠନିକ ବୈଠକ ଗୁରୁବାର  ଅନୁଷ୍ଠିତ ହୋଇ ଯାଇଛି । ନିର୍ବାଚନ ମଣ୍ଡଳୀ ନେତା ରଞ୍ଜନ କୁମାର ବେହେରା ବୈଠକରେ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା କଂଗ୍ରେସ ସଂଯୋଜକ ଅସିତ କୁମାର ପଟ୍ଟ ନାୟକ ବୈଠକରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ଜିଲ୍ଲାର ପ୍ରତି ବ୍ଲକରେ ନୂତନ ସଭାପତି ଚୟନ କରା ଯାଇ ସାଙ୍ଗଠନିକ ସ୍ତିତିକୁ ସୃଦୁଢ କରାଯିବ ବୋଲି ନିଜ ଅବଵିଭାଷଣରେ କହିଥିଲେ । ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ କେନ୍ଦ୍ର ଓ ରାଜ୍ୟରେ ସରକାର ଗଠନ କରିବ ଓ କଂଗ୍ରେସ ଦଳର ନେତୃ ମଣ୍ଡଳୀ ଓ କର୍ମୀମାନେ ଏଥିପାଇଁ କଠୋର ପରିଶ୍ରମ କରିବାକୁ ଶ୍ରୀଯୁକ୍ତ ପଟ୍ଟ ନାୟକ ଆହ୍ବାନ ଜଣାଇଥିଲେ । ଜିଲ୍ଲା କଂଗ୍ରେସ ସହ ପ୍ରଭାରୀ ଦେବସ୍ମିତା ଶର୍ମା, ପ୍ରଦେଶ କଂଗ୍ରେସ ଅନୁସୂଚିତ ବିଭାଗ ରାଜ୍ୟ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଜେନା, ପୂର୍ବତନ ଜିଲା ସଭାପତି  ନାରାୟଣ ପାଢୀ, ବରିଷ୍ଠ ନେତା ବିଦ୍ୟାଧର ଜେନା, ଦେବେନ୍ଦ୍ର ମହାନ୍ତି,ରାଧାକାନ୍ତ ସାମଲ, ନାରୀ ନେତ୍ରୀ ଜାନକୀ ମଲ୍ଲିକ, ଅଭିଷେକ ରାଉତ, ପୂର୍ବତନ ନିର୍ବାଚନ ମଣ୍ଡଳୀ ପ୍ରାଥୀ ହୃଦାନନ୍ଦ ସେଠୀ, ପୂର୍ବତନ ବ୍ଲକ ସଭାପତି ରମେଶ ବେହେରାଙ୍କ ସମେତ ବ୍ଲକ ସ୍ତରୀୟ ନେତୃ ମଣ୍ଡଳୀ ଓ କର୍ମୀମାନେ ବୈଠକରେ ଯୋଗଦେଇ ସାଙ୍ଗଠନିକ ସ୍ଥିତିକୁ ଦୃଢୀଭୁତ କରିବାକୁ ଚେଷ୍ଟା ଅବ୍ୟହତ ରଖିବେ ବୋଲି ମତ ପୋଷଣ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ