ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଉଯାପିତ
କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ):ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଅନୁଷ୍ଠିତ ହୋଇଛି ।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା କଲ୍ୟାଣସିଂହପୁର ଗୋଷ୍ଠି ଶିକ୍ଷାଅଧିକାରୀ ଶାନ୍ତିଲତା ମୁନିଙ୍କ ସଭାପତିତ୍ୱ କରିଥିବା ବେଳେ ମୂଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟ ବି ୱାରା ପ୍ରସାଦ ରାଓ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଓଡିଶା ଆଦର୍ଶ ବିଦ୍ୟାଳୟର ଓଡ଼ିଆ ଶିକ୍ଷକ ଅଶୋକ କୁମାର ପଧାନ ମୂଖ୍ୟ ବକ୍ତା ଓ ବି ଆର ସି ସି ମୋହନ ରାଓ କଣ୍ଡାଗରୀ, ବିଜୟ ସେଠୀ ,ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଦୀପକୁମାର ଦଳେଇ ସଂମ୍ମାନ ଅତିଥି ଭାବେ ମଞ୍ଚାସିନ ରହିଥିଲେ ।ଏଥିରେ ୧୪ଟି ଆଞ୍ଚଳିକ ସାଧନା କେନ୍ଦ୍ରର ବରିଷ୍ଠ ଓ କନିଷ୍ଠ ଓ ଉପ କନିଷ୍ଠ ବିଭାଗର ମୋଟ ୩୫୦ଜଣ ଛାତ୍ରଛାତ୍ରୀ ମାନେ ମଣ୍ଡଳ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପ୍ରତିଯୋଗିତା ଗୁଡିକ ହେଲା କୁଇଜ, ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ବକୃତା, ସଂଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତିଲିଖନ,ସାଂସ୍କୃତିକ କାର୍ଯ୍ୟକ୍ରମ, ଦଳଗତ ନୃତ୍ୟ, ପି.ଏମ. ପୋଷଣ ଚିତ୍ରକଳା, ଶିଳ୍ପକଳା ଆୟୋଜନ ହୋଇଥିଲା ।ଏଥିରେ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ବିଭାଗର ପ୍ରତିଯୋଗୀ ମାନଙ୍କୁ ଅତିଥୀଙ୍କ ଦ୍ୱାରା ପୁରସ୍କୃତ କରିବା ସହ ପ୍ରଥମ ସ୍ଥାନ ଅଧିକାର କରିଥିବା ସମସ୍ତ ପ୍ରତିଯୋଗୀ ମାନେ ଜିଲା ସ୍ତରୀୟ ସୁରଭିରେ ଭାଗ ନେବେ ବୋଲି ଜଣାପଡିଛି ।ଏହା ଚଳିତ ମାସ ୮ ତାରିଖ ରାୟଗଡା ଜିସିଡି ପଡିଆ ଠାରେ ଅନୁଷ୍ଠିତ ହେବ ।ଏହି କାର୍ଯ୍ୟକ୍ରମ କୁ ସି ଆର ସି ସି ଅନିରୁଦ୍ଧ ସାମନ୍ତରା ଓ ଶିକ୍ଷକ ଜୟରାମ କୁଲେସିକା ମଞ୍ଚ ପରିଚାଳନା କରିଥିଲେ।ସମସ୍ତ ସି ଆର ସିସି, ବିଦ୍ୟାଳୟ ରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ, ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।


