ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ପାଳିତ

ଚନ୍ଦ୍ରପୁର,(ନନ୍ଦ କିଶୋର ପଟ୍ଟନାୟକ) : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଶିକ୍ଷା ବିଭାଗ ତରଫରୁ ବ୍ଲକ ସ୍ତରୀୟ ସୁରଭି ୨୦୨୫ କାର୍ଯ୍ୟକ୍ରମ ସଫଳତାର ସହ ପାଳିତ ହୋଇଯାଇଛି I ଚନ୍ଦ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଗଣେଶ ଶବର ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ କଇନ କିମ୍ବାକା ମୁଖ୍ୟବକ୍ତା ଭାବେ  ଜିଲ୍ଲା ପରିଷଦ ସଭ୍ୟ ସୁଜିତ ବ୍ରେଡେକା ସ୍ୱତ୍ରନ୍ତ ଅତିଥି ଭାବେ ଚନ୍ଦ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟକାନ୍ତ ବଗୁଲା ସମ୍ମାନୀୟ ଅତିଥି ଭାବେ ସିଡିପିଓ ଗୀତାରାଣୀ ସାହୁ, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସିଙ୍ଘାନା ତାଡିଙ୍ଗ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉମାକାନ୍ତ ମିଶାଲ ଓ ବାଳକୃଷ୍ଣ ବିହାରୀ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ସୁରଭି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ,ପରେ ଏହି ସୁରଭି କାର୍ଯ୍ୟକ୍ରମର ଉଦେଶ୍ୟ ଓ ଏହାର ଅଭିମୁଖ୍ୟ ଉପରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଶବର ଆଲୋକପାତ କରିଥିଲେ l ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ଆଦର୍ଶ ଜୀବନ ଶୈଳୀଓ ସଂସ୍କାରିତ ଦୈନନ୍ଦିନ ଦିନଚର୍ଯ୍ୟା ଆପଣେଇ ଉତ୍ତମ ଛାତ୍ରୀଛାତ୍ର ଓ ଭବିଷ୍ୟତରେ ଜଣେ ଜଣେ ସୁନାଗରିକ ହେବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରପୁର ବ୍ଲକର ୮ଟି କ୍ଲଷ୍ଟରର ୩୦୦ ଛାତ୍ର ଛାତ୍ରୀ ଭାଗନେଇ ବିଭିନ୍ନ ପ୍ରତିଯୋଗିତା ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ,ସଙ୍ଗୀତ, ହସ୍ତାକ୍ଷର, ଶୃତ ଲିଖନ,ସୃଜନଶୀଳ ଲେଖନ,ଚିତ୍ରାଙ୍କନ, ବକ୍ତୃତା,କୁଇଜ୍ ,ଡିବେଟ,ହସ୍ତକଳା ଏବଂ ଚିତ୍ରକଳା ମାଧ୍ୟମରେ ଛାତ୍ରୀଛାତ୍ର ମାନେ ସେମାନଙ୍କ ଉତ୍କୃଷ୍ଠତା ପ୍ରଦର୍ଶନ କରିଥିଲେ। ସମସ୍ତ ବିଭାଗରୁ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପ୍ରମାଣ ପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା। ପ୍ରଥମ ସ୍ଥାନ ଅଧିକାର କରିଥିବା ସମସ୍ତ ପ୍ରତିଯୋଗୀ ଛାତ୍ରୀଛାତ୍ର ମାନେ ଆଗାମୀ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି l ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ମନମୋହନ ସାମଲ ଓ ଚନ୍ଦ୍ରପୁର ସିଆରସିସି ରଜନୀକାନ୍ତ ବଳିୟାରସିଂ ମଞ୍ଚ ପରିଚାଳନା କରିଥିବା ବେଳେ ସୁରଭି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ୮ଟି କ୍ଲଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରତ୍ନାକର ବାତ୍ରା, ପ୍ରଦିପ କୁମାର ବାଉରୀ,ରାଜେନ୍ଦ୍ର ବେହେରା, ଅଶୋକ କୁମାର ଘଡ଼ାଇ,ଦୀନବନ୍ଧୁ ବେହେରା,ଜୟରାମ କାରକରିଆ,ପ୍ରଦିପ କୁମାର ସେଠି ଓ ବ୍ଲକର ହିସାବ ରକ୍ଷକ ବାସୁଦେବ ସାହୁକାରଙ୍କ ସମେତ ୭୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ