ବ୍ଲକସ୍ତରୀୟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

କୋକସରା,(ଗଣେଶ କୁମାର ଭାଟି) : କଳାହାଣ୍ଡି ଜିଲ୍ଲାପାଳଙ୍କ ବ୍ଳକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ମଙ୍ଗଳବାର କୋକସରା ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି। ସାଧାରଣ ଜନତା ବିଭିନ୍ନ ଅଭିଯୋଗ ନେଇ ଶିବିର କୁ ଆସିଥିବାବେଳେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଅନୁପସ୍ଥିତିରେ ଶିବିର ଅନୁଷ୍ଠିତ ହୋଇଥିବାରୁ ଜନ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିର ରେ ପ୍ରକଳ୍ପ ନିର୍ଦ୍ଦେଶକ ଦୟାମୟ ପାଢ଼ୀ, ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡୋଳାମଣି ଭୋଇ, ଡିପିଓ ଦୁର୍ଯ୍ୟୋଧନ ଭୋଇ, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ବିଡ଼ିଓ ଡ଼ ହିମାଞ୍ଚଳ ମାଝି, ତହସିଲଦାର ଚୌଡଗଙ୍ଗ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ଥାନା ଅଧିକାରୀ ସୁଜ୍ଞାନ କୁମାର ବାରିକ ସମେତ ଶିକ୍ଷା, ସ୍ବାସ୍ଥ୍ୟ, ଗ୍ରାମ୍ୟଉନ୍ନୟନ, ପୁର୍ତ୍ତ ବିଭାଗ, କୃଷି ବିଭାଗ, ଉଦ୍ୟନ କୃଷି, ବିଦ୍ୟୁତ୍, ଉଠା ଜଳସେଚନ, ଅବକାରୀ ବିଭାଗ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇ ଥିଲେ। ଶିବରେ ମୋଟ ୮୫ ଟି ଅଭିଯୋଗ ଆସିଥିବାବେଳେ ବ୍ୟକ୍ତିଗତ ୫୯ ଓ ସାମୂହିକ ୨୬ ଗୋଟି ଅଭିଯୋଗ ଆସିଥିଲା। ସେଥି ମଧ୍ୟରୁ କାଳାହାଣ୍ଡି-ନବରଙ୍ଗପୁର ରେଲ ପ୍ରକଳ୍ପ ଅର୍ଥ ଅନୁମୋଦନ ହୋଇଥିଲେ ସୁଦ୍ଧା କଳାହାଣ୍ଡିରେ କୌଣସି ପ୍ରକ୍ରିୟା ଆରମ୍ଭ ହୋଇ ନଥିବା, ସାହାଜଖୋଳ ଜଙ୍ଗଲ ସୁରକ୍ଷା ସହ ଦିର୍ଘ ବର୍ଷରୁ ରହିଥିବା ରେଞ୍ଜର ଓ ଫରେଷ୍ଟ କୁ ବଦଳି ଦାବି, ରେଙ୍ଗାଲପାଲି (ନାହାଲପଡ଼ା) ପ୍ରାଥମିକ ବିଦ୍ୟାଳୟ କୁ ନିଜ ଗ୍ରାମକୁ ସ୍ଥାନାନ୍ତର କରିବା, କୋକସରା ମାଝୀଗୁଡା ଛକରୁ ପର୍ଯ୍ୟଟନସ୍ଥଳୀ ଡୋକରୀ ଚଞ୍ଚରା କୁ ସଂଯୋଗ କରୁଥିବା ପିଡବ୍ଳୁଡି ରାସ୍ତା ମନ୍ଥର କାର୍ଯ୍ୟ ଚାଲିଥିବା ଏବଂ ବିଭିନ୍ନ ରାସ୍ତା ଘାଟ ଆଦି ସମସ୍ୟା ଗୁଡିକ ଶିବିର କୁ ଆସିଥିଲା। ଶିବିର କୁ କୋକସରା ବ୍ଲକର ସମସ୍ତ ଯନ୍ତ୍ରୀ ଓ ବ୍ଳକ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ