ବ୍ଲକସ୍ତରୀୟ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ମାଲକାନଗିରି (ମନୋଜ କୁମାର ସାହା): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟର ନୂତନ ସଭାଗୃହରେ ଜିଲ୍ଲାପାଳ ଆଶିଷ ଈଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ଶିବିରରେ ମୋଟ୩୬ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଏହି ଶିବିର ରେ ଏସପି ବିନୋଦ ପାଟିଲ, ଜିଲ୍ଲା ପରିଷଦ ମୂଖ୍ୟଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଶବର, ଚିତ୍ରକୋଣ୍ଡା ବିଡିଓ ପ୍ରିତା କୁମାର, ଚିତ୍ରକୋଣ୍ଡା ତହସିଲଦାର ନଟବର ଗରଡ଼ା ଏବଂ ଜିଲ୍ଲାର ସମସ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଶିବିରରେ ଚିତ୍ରକୋଣ୍ଡା ବ୍ଲକ ଅଞ୍ଚଳର ସମୁଦାୟ ୩୬ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଏଥିରେ ଚିତ୍ରକୋଣ୍ଡା ସଦର ମହକୁମାରେ ଦଶ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ଠିକ ଭାବେ ପାନୀୟ ଜଳ ଯୋଗାଯାଉନାହିଁ। ବିଶୁଦ୍ଧ ପାଣି ପାଇଁ ପ୍ରଶାସନ ପକ୍ଷରୁ ଆଜି ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରାଯାଇନାହିଁ| ଦୀର୍ଘ ୧୦ ବର୍ଷ ହେବ ଚିତ୍ରକୋଣ୍ଡା ଦୁର୍ଗା ମନ୍ଦିର ନିକଟରେ ଆରଡବ୍ଲୁଏସ୍ଏସ୍ ପକ୍ଷରୁ ବିଶୁଦ୍ଧ ପାଣି ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଲୋକଙ୍କୁ ମୁନ୍ଦାଏ ବିଶୁଦ୍ଧ ପିଇବା ପାଣି ମିଳିପାରୁନଥିବା ନେଇ ଚିତ୍ରକୋଣ୍ଡାବାସୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରିକି ପ୍ରତ୍ୟକ ଅଭିଯୋଗ ଶୁଣାଣି ଶିବିରରେ ଚିତ୍ରକୋଣ୍ଡାରେ ପାଣି ଓ ରାସ୍ତାଘାଟ ସମସ୍ୟା ନେଇ ଅଭିଯୋଗ କରାଯାଉଥିଲେ ସୁଦ୍ଧା ସମାଧାନ କରାଯାଉନାହିଁ। ତୁରନ୍ତ ପ୍ରଶାସନ ଏହିସବୁ ଅଭିଯୋଗ ଗୁଡ଼ିକର ସମାଧାନ କରିବାକୁ ଚିତ୍ରକୋଣ୍ଡା ବାସୀ ଦାବିକରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ