ଦିଗପହଣ୍ଡିରେ ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ପ୍ରତିଯୋଗିତା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ  ପକ୍ଷରୁ ୬ ବର୍ଷରୁ ଉର୍ଦ୍ଧ୍ଵ ଦିବ୍ଯାଙ୍ଗ ଙ୍କ ନିମନ୍ତେ ବ୍ଲକ ସ୍ତରୀୟ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା ବୁଧବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବଡଖେମୁଣ୍ଡି ହାଇସ୍କୁଲ ଖେଳପଡିଆ ଠାରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ  ଆୟୋଜିତ ପ୍ରତିଯୋଗିତା ଉଦଘାଟନୀ କାର୍ଯ୍ୟକ୍ରମରେ ବିଡ଼ିଓ  ଅନାମିକା ପାଣ୍ଡେ ଅଧ୍ୟକ୍ଷତା କରିଥିଲେ । ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଡ. ଶଙ୍କର ନାରାୟଣ ବେଜ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏବିଡିଓ ଉମେଶ ସେଠୀ , ଏବିଇଓ ବାଳା ମାଝୀ , ରସାନନ୍ଦ ଘଡେଇ , ବିଶ୍ରବା ପାଇକ , ବି. ତୁରୁବୁଡ଼ି ପଞ୍ଚାୟତ ସରପଞ୍ଚ ଲିଙ୍ଗରାଜ ଦୋରା ପ୍ରମୁଖ ମଞ୍ଚାସିନ ଥିଲେ । ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ରଶ୍ମୀ ପ୍ରକାଶିନୀ ଜାନୀ ଏବଂ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନଙ୍କ ମିଳିତ ସଂଯୋଜନାରେ ବ୍ଳକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରୁ ୬୦ ଜଣ ଦିବ୍ୟାଙ୍ଗ ଛାତ୍ରୀ ଛାତ୍ର ଏବଂ  ଯୁବତୀ ଯୁବକ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପରିଶେଷରେ କୃତି  ଛାତ୍ରୀ ଛାତ୍ର ଓ  ଯୁବତୀ ଯୁବକଙ୍କୁ  ପୁରସ୍କାର ବିତରଣ କରାଯାଇଥିଲା ।  ବ୍ଳକର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀ ବୃନ୍ଦ , ସିଆରସିସି ଅନୀଲ କୁମାର ଦାସ , ମନୋଜ କୁମାର ବେହେରା , ସିମାଞ୍ଚଳ ଗୈାଡ , କ୍ରୀଡା ଶିକ୍ଷକ ଏମ୍. ଗୈାରାଙ୍ଗ , ଶିକ୍ଷକ ପ୍ରଦୀପ କୁମାର ସାହୁ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ