ବ୍ଳକସ୍ତରୀୟ ପରିବେଶ ଭିତ୍ତିକ ବିଜ୍ଞାନ ପ୍ରଦର୍ଶନୀ ମେଳା
ଆସିକା (ୱାଇଏନ୍ଏସ୍): ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବାବନପୁର କ୍ଳଷ୍ଟରର ଚିନିଶିଳ୍ପ ନୁଆଗାଁ ସ୍ଥିତ ଆସିକା ସୁଗର ଇଣ୍ଡଷ୍ଟ୍ରିସ୍ ହାଇସ୍କୁଲ ପରିସରରେ ମଙ୍ଗଳବାର ପରିବେଶ ଅନୁକୂଳ ଜୀବନଶୈଳୀ ଅଧିନସ୍ଥ ଜ୍ଞାନ, ସଚେତନତା ଏବଂ ସୁରକ୍ଷା ପାଇଁ ଆବଶ୍ୟକୀୟ କୌଶଳ ଜ୍ଞାନଆହରଣ ଶୀର୍ଷକ ବ୍ଳକସ୍ତରୀୟ ପରିବେଶ ଭିତ୍ତିକ ବିଜ୍ଞାନ ପଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ବ୍ଳକସ୍ତରୀୟ ପରିବେଶ ଭିତ୍ତିକ ବିଜ୍ଞାନ ପ୍ରଦର୍ଶନୀ ମେଳା ପରିଚାଳନା କମିଟିର ସଭାନେତ୍ରୀ ତଥା ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍ରାଣୀ ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା , ନୋଡାଲ୍ ହାଇସ୍କୁଲ ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ପ୍ରଦୀପ୍ତ କୁମାର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ପରିବେଶ ଭିତ୍ତିକ ବିଜ୍ଞାନ ପ୍ରଦର୍ଶନୀ ମେଳାରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି ବ୍ଳକସ୍ତରୀୟ ପରିବେଶ ଭିତ୍ତିକ ବିଜ୍ଞାନ ପ୍ରଦର୍ଶନୀ ମେଳା ଆୟୋଜନର ଲକ୍ଷ୍ୟ, ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଗୁରୁତ୍ୱାରୋପ କରି ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଦିଗରେ ଏହି କାର୍ଯ୍ୟକ୍ରମ ବିଶେଷ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିବା ସହ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ବିଜ୍ଞାନର ଆବଶ୍ୟକତା ଉପରେ ବହୁ ଶିକ୍ଷଣୀୟ ପରାମର୍ଶ ପ୍ରଦାନ କରିଥିଲେ । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ଟି କ୍ଳଷ୍ଟର ଅନ୍ତର୍ଗତ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୨୫ ବିଦ୍ୟାଳୟର ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଦ୍ୱାରା ବର୍ଜ୍ୟବସ୍ତୁ ପରିଚାଳନା, ଗାଣିତିକ ପ୍ରଦର୍ଶନ, ଖାଦ୍ୟ ଓ ସ୍ୱାସ୍ଥ୍ୟ ପ୍ରକ୍ରିୟାକରଣ ସମେତ ବିଭିନ୍ନ ବିଷୟବସ୍ତୁ ଉପରେ ଆଧାରିତ ୩୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏହି ବ୍ଳକସ୍ତରୀୟ ପରିବେଶ ଭିତ୍ତିକ ବିଜ୍ଞାନ ପ୍ରଦର୍ଶନୀ ମେଳାରେ ଅଂଶଗ୍ରହଣ କରିଥିବା ସମସ୍ତ ବିଦ୍ୟାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ବେଳେ ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବର୍ଗରେ କୃତିତ୍ୱ ହାସଲ କରିଥିବା ପ୍ରକଳ୍ପ ଗୁଡିକୁ ପୁରସ୍କୃତ କରାଯାଇଥିଲା । ଏହି ବ୍ଳକସ୍ତରୀୟ ପରିବେଶ ଭିତ୍ତିକ ବିଜ୍ଞାନ ମେଳାକୁ ପରିଚାଳନା କରିବା ଦିଗରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା , ସିଆର୍ସିସି ହରିବନ୍ଧୁ ବେହେରା, ସୁଗର ଇଣ୍ଡଷ୍ଟ୍ରିସ୍ ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରଦୀପ୍ତ କୁମାର ସାମନ୍ତରାୟ, ସହକାରୀ ଶିକ୍ଷକ ଅନିଲ୍ କୁମାର ନାୟକ, ପ୍ରଜ୍ଞା ପରମିତା ପ୍ରଧାନ, ହେଲିନା ତିରିଆ, ମିତାରାଣୀ ବେହେରା, ଦେବାଶିଷ୍ ପାଣିଗ୍ରାହୀ, ରଜନୀରାଣୀ ଦାଶ, ବାଣିଶ୍ରୀ ପଣ୍ଡା, ସିମାଞ୍ଚଳ ସେଠୀ, ଶ୍ରୀକାନ୍ତ ପଟ୍ଟନାୟକ, ଏ.ସ୍ୱାତୀ, ମନୋରଂଜନ ପଣ୍ଡାଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ଏହି ବ୍ଳକସ୍ତରୀୟ ପରିବେଶ ଭିତ୍ତିକ ବିଜ୍ଞାନ ପ୍ରଦର୍ଶନୀ ମେଳାରେ ବିଚାରକ ଭାବେ ନୋଡାଲ୍ ପ୍ରଧାନଶିକ୍ଷକ ତଥା ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର ଓ ବାବନପୁର ସ୍ଥିତ ଚିନିଶିଳ୍ପ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଗୌରୀଶଙ୍କର ଗୌଡ ଉପସ୍ଥିତ ରହି ପ୍ରକଳ୍ପ ଗୁଡିକୁ ମୂଲ୍ୟାଙ୍କନ କରିଥିଲେ । ଏହି ବ୍ଳକସ୍ତରୀୟ ପରିବେଶ ଭିତ୍ତିକ ବିଜ୍ଞାନ ପ୍ରଦର୍ଶନୀ ମେଳାର ଉଦ୍ଯାପନୀ ଉତ୍ସବରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍ରାଣୀ ମହାନ୍ତି , ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା , ନୋଡାଲ୍ ହାଇସ୍କୁଲ ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ସୁଗର ଇଣ୍ଡଷ୍ଟ୍ରିସ୍ ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରଦୀପ୍ତ କୁମାର ସାମନ୍ତରାୟ ପ୍ରମୁଖ ଯୋଗଦେଇ ଏହି ବ୍ଳକସ୍ତରୀୟ ପରିବେଶ ଭିତ୍ତିକ ବିଜ୍ଞାନ ପ୍ରଦର୍ଶନୀ ମେଳାରେ କୃତିତ୍ୱ ହାସଲ କରିଥିବା ରିଷିପୁର ଉନ୍ନିତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ବିଦ୍ୟାର୍ଥୀ ସ୍ନେହାରାଣୀ ଡାକୁଆଙ୍କ ବର୍ଜ୍ୟବସ୍ତୁରୁ ସମ୍ପଦ ପ୍ରକଳ୍ପ ଏବଂ ଅତରଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ବିଦ୍ୟାର୍ଥୀ ଆଶୁତୋଷ ଗୌଡଙ୍କ ହରିତ ଶକ୍ତି ପ୍ରକଳ୍ପ ଓ ମୁନିଗାଡି ୟୁଜିଜି ହାଇସ୍କୁଲର ଅଷ୍ଟମ ଶ୍ରେଣୀର ବିଦ୍ୟାର୍ଥୀ ଶିବାନୀ ସେଠୀଙ୍କ ଜଳ ଅପଚୟ ରୋକିବା ପାଇଁ ସତର୍କ ସୂଚନା ପ୍ରକଳ୍ପକୁ ପୁରସ୍କୃତ କରିବା ସହ କୃତି ବିଦ୍ୟାର୍ଥୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ ପ୍ରଦାନ ପୂର୍ବକ ବିଜ୍ଞାନ ସାଧାରଣ ଜୀବନକୁ ଗତିଶୀଳ କରିବାରେ ଲାଗିଥିବା ବେଳେ ବିଜ୍ଞାନକୁ ଛାଡି କେହି ବି ଆଗକୁ ଅଗ୍ରସର ହୋଇପାରିବେ ନାହିଁ। ମାନବ ସମାଜର କଲ୍ୟାଣପାଇଁ ଅଭିପ୍ରେତ ବିଜ୍ଞାନ କୌଣସି ମତେ ଦୂରୁପଯୋଗ ହେବା ଉଚିିତ ନୁହେଁ। ପରିବେଶ ସୁରକ୍ଷା, ଜୈବିକ କୃଷି ବ୍ୟାପକତା ଆମପାଇଁ ଆହ୍ୱାନ ହୋଇଥିବା ବେଳେ ଛାତ୍ରଛାତ୍ରୀ ମାନେ ବିଜ୍ଞାନ ପ୍ରତି ଆକୃଷ୍ଟ ହୋଇ ଗବେଷଣାତ୍ମକ ମନୋଭାବ ରଖିବାକୁ ପରାମର୍ଶ ଦେଇଥିଲେ। ଏହି ବ୍ଳକସ୍ତରୀୟ ପରିବେଶ ଭିତ୍ତିକ ବିଜ୍ଞାନ ପ୍ରଦର୍ଶନୀ ମେଳାରେ ପ୍ରଦର୍ଶିତ ହୋଇଥିବା ପ୍ରକଳ୍ପ ଗୁଡିକୁ ଦେଖିବା ଲାଗି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସୁକତା ଲାଗି ରହିଥିବା ଦେଖିବାକୁ ମିଳିଥିଲା ।


