ବ୍ଲକ ସ୍ତରୀୟ ମସ୍ଚ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ
କାକଟପୁର (ଗଣେଶ ଚନ୍ଦ୍ର ବେହେରା): ପୁରୀ ଜିଲ୍ଲା କାକଟପୁର ବ୍ଲକ ହାଇସ୍କୁଲ ମିନି ଷ୍ଟାଡିୟମରେ ଠାରେ ବ୍ଲକ ସ୍ତରିୟ ମସ୍ଚ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ ଅନୁଷ୍ଠିତ ହୋଇ ଯାଇଅଛି l ଏହି ମେଳାକୁ ଜଗତସିଂହପୁର ମାନ୍ୟବର ସାଂସଦ ଶ୍ରୀ ବିଭୁପ୍ରସାଦ ତରାଇ ପ୍ରଦୀପ ପ୍ରଜ୍ଜଳୋନ ପୂର୍ବକ ଉଦ୍ଘାଟନ କରିଥିଲେ l ଏହି ମେଳାରେ ମସ୍ଚ୍ୟ ବିଭାଗ, ପ୍ରାଣୀ ସମ୍ପଦ ବିଭାଗ, ଉଦ୍ୟାନ ବିଭାଗ , ଏକ୍ରିକ ପ୍ସକଳ୍ପ, ଆଞ୍ଚଳିକ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ହସ୍ତ ନିର୍ମିତ ବିଭିନ୍ନ ପ୍ରାକୃତିକ ନିତ୍ୟ ବ୍ୟବହୃତ ଦ୍ରବ୍ୟ, ଜୈବିକ କୃଷି ସାର, ତୈଳ, ପାରମ୍ପରିକ ମାଛ କଙ୍କଡା କୁ ରଙ୍ଗୀନ ମାଛ ପ୍ରଭୁତି ଭିନ୍ନ ଭିନ୍ନ ଷ୍ଟଲ୍ କରି ଚାଷୀ ଓ ଦର୍ଶକ ମାନଙ୍କୁ ଆକର୍ଷିତ କରିଥିଲା,ଷ୍ଟଲ୍ ତରଫରୁ ଚାଷୀ ଙ୍କ ଅବଗତ ତଥା ପରାମର୍ଶ ନିମନ୍ତେ ଷ୍ଟଲ ମାନ ଖୋଲା ଯାଇ କୃଷି ତଥା କୃଷି, ମସ୍ଚ୍ୟ ଆଦି ସମ୍ବଧୀୟ ବିଭିର୍ଣ୍ଣ ଆତ୍ମନିର୍ଭର ଶିଳ ଯୋଜନା ଉପରେ ସରକାରୀ ଅଧିକାରୀ ମାନଙ୍କ ତରଫରୁ ପରାମର୍ଶ ଦିଆ ଯାଇଥିବା ଦେଖିବାକୁ ମିଳି ଥିଲା, ଜନସେବା କେନ୍ଦ୍ର ମାନଙ୍କ ତରଫରୁ ଡିଜିଟାଲ ସେବା ଓ ଅନଲାଇନ ପଞ୍ଜିକରଣ ସହିତ ଚାଷୀ ମାନଙ୍କ ବିଭିନ୍ନ ଋଣ ସମ୍ବଦ୍ଧିୟ ପରାମର୍ଶ କେନ୍ଦ୍ର ଖୋଲା ଯାଇ ଚାଷୀ ମାନଙ୍କୁ ଅବଗତ କରାଯାଇଥିଲା, ସାଂସଦ ବିଭୂପ୍ରସାଦ ତରାଇ ଅତିଥି ଭାବେ ଯୋଗ ଦାନ କରି ରାଜ୍ୟ ସରକାର ଏହି ଦୁଇଗୋଟି ବିଭାଗ ର ଚାଷୀ ଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିବା ସହ, ଅସ୍ତରଙ୍ଗ ଓ କାକଟପୁର ଏକ ସମୁଦ୍ର ତଟ ଅଞ୍ଚଳ ଓ ଏହାର ଅଧିବାସି ମାନେ ମାଛ ଚାଷ ଵା ନଦୀ ନାଳରୁ ମାଛ ଧରି ଜୀବିକା ନିର୍ବାହ କରନ୍ତି l ତେଣୁ କରି ରାଜ୍ୟ ଓ କେନ୍ଦ୍ର ସରକାର ମସ୍ଚ୍ୟ ଓ ପ୍ରାଣୀ ସମ୍ପଦ ଚାଷୀ ଙ୍କ ପାଇଁ କରିଥିବା ଯୋଜନା ର ଲାଭ ଉଠାଇବା ପାଇଁ ବୈଠକ ରେ ପରାମର୍ଶ ଦେଇ ଥିଲେ l ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ମୁଖ୍ୟ ଅତିଥି ରୂପେ ଯୋଗ ଦେବା ସହ ଅନ୍ୟ ମାନଙ୍କ ଭିତରେ କାକଟପୁର ବିଧାୟକ ତୁଷାର କାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ଉପାଧକ୍ଷ ସ୍ୱାଧୀନ ନାୟକ, କାକଟପୁର ମଣ୍ଡଳ ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତ , ବ୍ଲକ ଅଧକ୍ଷ ଶ୍ରୀଧର ନାୟକ, ଜିଲ୍ଲା ଅତିରିକ୍ତ ପ୍ରାଣୀ ସମ୍ପଦ ଅଧିକାରୀ ରାଜେଶ କୁମାର ପାଣିଗ୍ରାହୀ, ଜିଲ୍ଲା ଅତିରିକ୍ତ ମସ୍ଚ୍ୟ ସମ୍ପଦ ଅଧିକାରୀ ସୋନାଲି ପଣ୍ଡା , ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ପ୍ରତିନିଧି ସୁଦର୍ଶନ ସ୍ୱାଇଁ, ଯୋଗ ଦେଇଥିବା ବେଳେ କାକଟପୁରୁ ବ୍ଲକ ଆତ୍ମା କମିଟି ସଭାପତି ରମେଶ ଚନ୍ଦ୍ର ପାତ୍ର ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ମସ୍ଚ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ବି ଭି ଓ ସୁଧାଂଶୁ ଶେଖର ସାହୁ, ଏ ଏଫ୍ ଓ ମିତାଲି ମଧୁସ୍ମିତା ସାହୁ, ଏ ଭି ଏସ ଦିପନ୍ମିତା ସେଠୀ, ଭି ଏସ ରଶ୍ମିତା ସାହୁ ଙ୍କ ସମେତ ଅଧିକାରୀ ଉପସ୍ଥିତ ଥିଲେ l କାକଟପୁର ରେ ପ୍ରାଣୀ ଓ ମସ୍ଚ୍ୟ ସମ୍ପଦ ର କିଛି ଚାଷୀ ମାନଙ୍କୁ ପୁରସ୍କୃତ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଛି,ମସ୍ଚ୍ୟ ଓ ପ୍ରାଣୀ ସମ୍ପଦ ଚାଷ ର ଅଭିବୃଦ୍ଧି ଓ ରାଜ୍ୟ ଚାଷୀ ଙ୍କ ବିକାଶ ପାଇଁ ରାଜ୍ୟ ସରକାର ଙ୍କ ଆୟୋଜନ କୁ ଚାଷୀ ମାନେ ଭୃୟସୀ ପ୍ରଶଂସା କରିଥିଲେ l


