ବ୍ଲକ ସ୍ତରୀୟ ସ୍ୱାଧିନତା ଦିବସ ପାଳିତ
ହାଟଡିହି (ଓ୍ବାଇଏନଏସ): ହାଟଡ଼ିହି ବ୍ଲକରେ ବ୍ଲକ ସ୍ତରୀୟ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି। ବିଡ଼ିଓ ରଞ୍ଜନ କୁମାର ପରିଡାଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ହାଟଡିହି ବ୍ଲକକୁ ସରସ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଜିଲ୍ଲା ପରିଷଦ ସଦସ୍ୟା କୌଶଲ୍ୟା ସେଠୀ, ସୁକାନ୍ତି ଜେନା, ଏବିଡିଓ ରଶ୍ମିରେଖ ନାଇକଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ବିଭାଗରେ କୃତିତ୍ଵ ହାସଲ କରିଥିବା ବିଭିନ୍ନ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ହାଟଡିହି ହାଇସ୍କୁଲ, ଜଳକଳଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ର ଛାତ୍ରୀ ମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ସେହିପରି ହାଟଡିହି ପଞ୍ଚାୟତରେ ସରପଞ୍ଚ ଚିନ୍ମୟ ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପଞ୍ଚାୟତ ର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ। ସେହିପରି ହାଟଡିହି କଲେଜ ରେ ଅଧ୍ୟକ୍ଷ ଚିତ୍ତ ରଞ୍ଜନ ରାଉତ, ଶସଙ୍ଗ ପଞ୍ଚାୟତ ହାଇସ୍କୁଲ ରେ ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ପତି, ଶାସଙ୍ଗ ପଞ୍ଚାୟତରେ ସରପଞ୍ଚ ମଧୁମିତା ସ୍ବାଇଁ, ଇଞ୍ଚୋଳ ପଞ୍ଚାୟତରେ ସରପଞ୍ଚ ସସ୍ମିତା ମହାପାତ୍ର, ସୁଲଣ ପଞ୍ଚାୟତରେ ସରପଞ୍ଚ ମନିଷାରାଣୀ ସା, ବଡରମ୍ପାସ ପଞ୍ଚାୟତରେ ସରପଞ୍ଚ ରବିନ୍ଦ୍ର କୁମାର ଜେନା, ପାଢିଆରିପଲ୍ଲୀ ପଞ୍ଚାୟତରେ ସରପଞ୍ଚ ଅଜିତ ରାଉତ, ପଞ୍ଚୁ ଗୋଛିଆ ପଞ୍ଚାୟତ ରେ ସରପଞ୍ଚ ଦିନେଶ ସେଠୀ, ଢେଙ୍କା ପଞ୍ଚାୟତରେ ସରପଞ୍ଚ ସୁବାସିନି ସେଠୀ, ଗେଡମା ପଞ୍ଚାୟତ ରେ ସରପଞ୍ଚ ସିଲାରାଣି କାଣ୍ଡି, ହଦଗଡ଼ ପଞ୍ଚାୟତ ରେ ସରପଞ୍ଚ ନିରୁପମା ନନ୍ଦି, ବାଙ୍ଗୋର ପଞ୍ଚାୟତରେ ସରପଞ୍ଚ ଅଙ୍କିତା ପାଢିଆରୀ, ଅକରୁଆ ପଞ୍ଚାୟତରେ ସରପଞ୍ଚ ହେମଲତା ବେହେରା ଜାତୀୟ ପତାକା ଉତ୍ତୋଳନ କରିଥିଲେ।