ବ୍ଲକ ସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ
ଚିକିଟୀ,(ଦୀପ୍ତି ରଞ୍ଜନ ପାଢ଼ୀ): ଚିକିଟି ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଆନୁକୂଲ୍ୟରେ ବ୍ଲକସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଚିକିଟିପେଣ୍ଠ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ପାଞ୍ଚ ବର୍ଷରୁ ଉର୍ଦ୍ଧ ପିଲାମାନଙ୍କୁ ବିଦ୍ୟାଳୟଭିମୁଖୀ କରିବା ଏବଂ ଶିକ୍ଷା ଅଧିକାର ଆଇନରେ ସମସ୍ତ ପିଲାମାନଙ୍କୁ ବିଦ୍ୟାଳୟରେ ନାମଲେଖାଇବା ଏବଂ ସେମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲକ୍ଷ୍ୟନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଇଓ ପନ୍ନଗ ଭୂଷଣ ମାଝିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦଘାଟନ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗଦେଇ ଯେପରି ସମସ୍ତ ବିଦ୍ୟାଳୟ ମାନଙ୍କରେ କୌଣସି ମଧ୍ୟ ଶିଶୁ ନାମ ଲେଖାଇବାରୁ ବଞ୍ଚିତ ନହେବେ ଏବଂ ଶୂନ୍ୟ ଡ୍ରପଆଉଟ ଉପରେ ଉପସ୍ଥିତ ଅଭିଭାବକ ଓ ପିତାମାତାଙ୍କୁ ପରାମର୍ଶ ଦେଇଥିଲେ. ଏହି ସଭାରେ ବିଡ଼ିଓ ବିବେକାନନ୍ଦ ମିଶ୍ର, ତହସିଲଦାର ବିଶ୍ୱରଞ୍ଜନ କହଁର, ଏବିଇଓ ତ୍ରିନାଥ ମଲ୍ଲିକ, ମେଘନାଥ ବେହେରା, ନାୟକ ସେଠି, ସଭାପତି ରବୀନ୍ଦ୍ର ବାଡ଼ତ୍ୟା ଓ ପ୍ରଧାନଶିକ୍ଷକ ପ୍ରମୁଖ ମଞ୍ଚସୀନ ଥିଲେ। ସିଆରସିସି ସୁଜିତ କୁମାର ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ। ଅତିଥି ମାନଙ୍କ ଦ୍ଵାରା ନବାଗତ ପିଲାମାନଙ୍କୁ ଶିଶୁବାଟିକା ଶ୍ରେଣୀ ରେ ନାମ ଲେଖାଇବା ସହ ଖଡିଛୁଆଁ କରାଯାଇଥିଲା। ଏ ସମ୍ପର୍କିତ ସଚେତନା ରଥ କୁ ବିଧାୟକ ଉଦଘାଟନ ମଧ୍ୟ କରିଥିଲେ।


