ବ୍ଲକ ସ୍ତରୀୟ ଖଡିଛୁଆଁ ଓ ପ୍ରଵେଶ ଉତ୍ସବ

ହାଟଡିହି  (ଓ୍ବାଇଏନଏସ): ରାଜ୍ୟ ସରକାରଙ୍କ ପ୍ରୟାସ କ୍ରମେ  ବିଦ୍ୟାଳୟ ଗୁଡିକରେ ଆରମ୍ଭ ହୋଇଛି ଖଡ଼ିଛୁଆଁ ବା  ବିଦ୍ୟାଳୟ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ। ଏହି ଅବସରରେ ହାଟଡିହି  ସରକାରୀ ନୋଡାଲ ସ୍କୁଲରେ ହାଟଡିହି ବ୍ଲକ ସ୍ତରୀୟ ଖଡ଼ିଛୁଆଁ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ବ୍ଲକ ଶିକ୍ଷାଧିକାରୀ ରାଜୀବ ଦଳେଇ, ବିଡ଼ିଓ ରଞ୍ଜନ କୁମାର ପରିଡା, ଏବିଇଓ ପ୍ରମୋଦ କୁମାର ନାୟକ, ଏବିଇଓ ପୂର୍ଣ୍ଣଚନ୍ଦ୍ର ଜେନା, ସାଂସଦ ପ୍ରତିନିଧି ସୁଶାନ୍ତ କୁମାର ଜେନା, ସମିତି ସଭ୍ୟ କୈଳାଶ ରାଉତ, ସିଆରସିସି ଦେବାଶିଷ ସୌଭାଗ୍ୟ ରଞ୍ଜନ ବାରିକ ପ୍ରମୁଖ ଯୋଗଦେଇ  ଶିକ୍ଷା ସଚେତନତା ରଥକୁ ଅନୁଷ୍ଠାନିକ ଭାବେ ପତାକା ହଲାଇ ଶୁଭାରମ୍ଭ କରିଥିଲେ। ଏହି ରଥ ପ୍ରତି ପଞ୍ଚାୟତରେ ପରିକ୍ରମା କରି ୬ ବର୍ଷୀୟ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ନାମ ଲେଖାଇବାକୁ ସଚେତନର ବାର୍ତ୍ତା ବାଣ୍ଟିବା ପାଇଁ ବ୍ୟବସ୍ଥା କରାଯାଇଛି। ପରେ ସ୍କୁଲ ପରିସରରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତ୍ରୈଲୋକ୍ୟ ନାଥ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥିମାନେ ପ୍ରବେଶ ଉତ୍ସବର ମହତ୍ୱ ସମ୍ପର୍କରେ ଆଲୋକପାତ କରିବା ସହିତ ଅଭିଭାବକ ମାନେ ସଚେତନ ହେଲେ ନିରକ୍ଷରତା ହ୍ରାସ ଘଟିବ ବୋଲି କହିଥିଲେ। ଏହି ଅବସରରେ ୨୨ଜଣ ଛାତ୍ରଛାତ୍ରୀଙ୍କୁ ନାମଲେଖା କରିବା ସହିତ ପୂଜାର୍ଚନା କରାଯାଇ ସେମାନଙ୍କ ଖଡିଛୁଆଁ କରାଯାଇ ଥିଲା। ଅତିଥିମାନେ ସେମାନଙ୍କୁ ମିଷ୍ଠାନ୍ନ ପ୍ରଦାନ କରିବା ସହିତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା କିଟବ୍ୟାଗ୍ ପ୍ରଦାନ କରିଥିଲେ।  ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିନ୍ଦୁରେଖା ସାହୁ, ସହକାରୀ ଶିକ୍ଷକ ସୌମ୍ୟକାନ୍ତ ସାହୁ, ସଞ୍ଜୟ କୁମାର ପାତ୍ର, ରଶ୍ମି ରଞ୍ଜନ ପତି, ସ୍ଵାଗତିକା ଆୟଚ, ସୃଷ୍ଟିସୁଧା ନାୟକ,ସ୍ମିତା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ