ବ୍ଲକ୍ ସ୍ତରୀୟ ଆଇନ ସଚତନତା କାଯ୍ୟକ୍ରମ ଶିବିର

କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-ପୁରୀ ଜିଲ୍ଲା ଅସ୍ତରଂଗ ବ୍ଲକ ନିକଟସ୍ଥ ଜାଗୁଳାଇ ପଡିଆ ରେ ଓଡ଼ିଶା ମହିଳା କମିଶନ ତରଫରୁ ତଥା ଜିଲ୍ଲା ସମାଜ ମଙ୍ଗଳ  କାଯ୍ୟାଳୟ ସହଯୋଗରେ ଆୟୋଜନ  କରାଯାଇଥିଲା ଆଇନି ସଚେତନତା କାର୍ଯ୍ୟକ୍ରମ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ତନୁପ୍ରଭା ବେଉରା ସଭା ପରିଚାଳନ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓଡ଼ିଶା ମହିଳା କମିଶନ ସଦସ୍ୟା ଶ୍ରୀମତି ଉର୍ମିଳା ମହାପାତ୍ର, ମୁଖ୍ୟ ବକ୍ତା ଅସ୍ତରଙ୍ଗ ବ୍ଲକର ଅଧ୍ୟକ୍ଷା ଶ୍ରୀମତୀ ଆରତୀ ନାୟକ, ସଂମ୍ମାନିତ ଅତିଥି ବ୍ଲକ ଉନ୍ନୟନ ଅଧିକାରୀଣି ସସ୍ମିତା ବେହେରା, ଶିଶୁ ବିକାଶ ଅଧିକାରିଣୀ ଲୋଚନା ସେଠୀ,ଜିଲ୍ଲାର ପୋଗ୍ରମ୍ ଅଧିକାରିଣୀ ସୁହାଗି ହେମ୍ଭ୍ରମ୍ ,ଶକ୍ତି ସଦନ, ସଖୀ ସେଣ୍ଟର କର୍ମକର୍ତ୍ତା, ଜନ ପ୍ରତିନିଧି ,ଛାତ୍ରୀ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ମା ଓ ଭଉଣୀ ମାନେ, କିଶୋରୀ ବାଳିକାମାନେ ପ୍ରମୁଖ ଯୋଗ ଦେଇଥିଲେ। ଓଡିଶା ମହିଳା କମିଶନ ସଦସ୍ୟା ଶ୍ରୀମତୀ ଉର୍ମିଳା ମହାପାତ୍ର  ନିଜ ବକ୍ତବ୍ୟରେ ନାରୀମାନେ କିପରି ଆଜିର ସମାଜରେ ସମ୍ମାନ ର ସହିତ କିପରି ସୁରକ୍ଷିତ ଭାବେ ପରିବାରରେ ରହିବା ଦରକାର ମତଵ୍ୟକ୍ତ କରିଥଲେ।ଅସ୍ତରଂଗ ବ୍ଲକର ଗୋଷ୍ଟି ଉନ୍ନୟନ ଅଧିକାରିଣୀ ତାଙ୍କ ବଂକ୍ତବ୍ୟ ରେ ପ୍ରକାଶ କରିଥଲେ ଘରୋଇ ହିଂସା,ଯୌତୁକ ନିର୍ଯାତନା, ବାଲ୍ୟ ବିବାହ ଏପରି ଏକ ଘୁନ୍ୟ ବ୍ୟବସ୍ତା ବନ୍ଦ କରିବା ପାଇଁ ଓଡିଶା ମହିଳା କମିଶନ ର ସାହାଯ୍ୟ ନେବା ଆବଶ୍ୟକ, ଯିଏ ସମସ୍ୟାରେ ପଡ଼ୁଛନ୍ତି ସ୍ଵର ଉତ୍ତୋଳନ ସହିତ ଅଭିଯୋଗ କରିବା ନିହାତି ଆବଶ୍ୟକ। ଏହି କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ସାହୁ  ବିଭିନ୍ନ ମହିଳା ସୁରକ୍ଷିତ ଆଇନ୍ ବିଷୟରେ ତାଲିମ ପ୍ରଦାନ କରିଥଲେ। ଶେଷରେ ପୋଗ୍ରାମ ଅଫିସର ଧନ୍ୟବାଦ ଅର୍ପଣ କରି ସଭା କାର୍ଯ୍ୟ ଶେଷ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ