ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପଧାନପଡାସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ-୨୦୨୫ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥି ମାନେ ପ୍ରଦୀପ ପ୍ରଜ୍ଜେ୍ୱାଳନ ପୂର୍ବକ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଗୋଷ୍ଠୀ ଶିକ୍ଷାଧିକାରିଣୀ ଡ.ସୁକୀର୍ତ୍ତି କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ମୁଖ୍ୟ ବକ୍ତା ଭାବେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସେକ୍ ୟାକତ୍ ଅଲ୍ଲୀ, ସମ୍ମାନୀତ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଭାଗିରଥି ପାତ୍ର, ବନ ବିହାରୀ ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ପୃଷ୍ଟି, ବ୍ଲକ ବିଜ୍ଞାନ ସଂଯୋଜକ ଶଶୀ ଶେଖର କରଶର୍ମା, ସରପଞ୍ଚ ଗଜେନ୍ଦ୍ର ସେଠୀ, ସମିତି ସଭ୍ୟା ସଭିହା ଖାତୁନ୍‌, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁଭେନ୍ଦୁ ଶେଖର ମହାନ୍ତି ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ପଞ୍ଚାନନ ପୃଷ୍ଟି ଅତିଥି ପରିଚୟ ଓ ଶିକ୍ଷକ ହେମନ୍ତ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକର ୧୫୯ ବିଦ୍ୟାଳୟରୁ ୨୯୩ ପ୍ରତିଯୋଗୀ ବିଜ୍ଞାନ ପ୍ରକଳ୍ପ ଓ କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ । । ସେଥିମଧ୍ୟରୁ ବିଜ୍ଞାନ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଭାଗରେ ଓଡିଶା ଆଦର୍ଶ ବିଦ୍ୟାଳୟର ଜ୍ୟୋତ୍ସ୍ନାରାଣୀ ଜେନା ୧ମ, ଯୁଧିଷ୍ଠିର ସରକାରୀ ଉପ୍ରା ବିଦ୍ୟାଳୟର ଜ୍ଞାନବିିଷ୍ଣୁ ଦାସ ୨ୟ, କାଣ୍ଡବା ନୋଡାଲ ଉପ୍ରା ବିଦ୍ୟାଳୟର ଆକାଶ ବେହେରା ୩ୟ ଏବଂ ମାଧ୍ୟମିକ ବିଭାଗରେ ଆଶାମଣି ହାଇସ୍କୁଲର ଚିନ୍ମୟ କୁମାର ପଣ୍ଡା ୧ମ, ମେନକାରାଣୀ ହାଇସ୍କୁଲର ପ୍ରଭଞ୍ଜନ ଖୁଣ୍ଟିଆ ୨ୟ ଓ ସିନ୍ଧୁକେଶ୍ୱର ହାଇସ୍କୁଲର ଶୁଭମ୍ କୁମାର ପାଣିଗ୍ରାହୀ ୩ୟ ସ୍ଥାନ ଅଧିକାର କରିଥିଲେ । ସେହିପରି କୁଇଜ୍ ପ୍ରତିଯୋଗିତାରେ ସବ୍ ଜୁନିୟର ବର୍ଗରେ ଗଣ୍ଡଗରା ପ୍ରାଥମିକ ବିଦ୍ୟାଳୟର ସତ୍ୟଜିତ୍ ମହାପାତ୍ର ୧ମ, ବିନାୟକପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ସତ୍ୟମ୍ ଦାସ ୨ୟ, ନଈପାରିଗଢିଆ ପ୍ରାଥମିକ ବିଦ୍ୟାଳୟର ଶ୍ରୀପଦ ପରିଡା ୩ୟ, କନିଷ୍ଠ ବର୍ଗରେ ତୁଣ୍ଡା ୟୁଜିଏମ ସ୍କୁଲର ପ୍ରସାଦ କୁମାର ନାଥ ୧ମ, କେନ୍ଦୁଆପଦା ସରକାରୀ ହାଇସ୍କୁଲର ସାଇକୃପା ସ୍ୱାଇଁ ୨ୟ, ବାଲୁଙ୍କେଶ୍ୱର ସରକାରୀ ପ୍ରାଥମିକ ବିଦ୍ୟାଳୟର ଲକ୍ଷ୍ମୀପ୍ରିିୟା ବେଜ ୩ୟ ଏବଂ ବରିଷ୍ଠ ବର୍ଗରେ ଆଗରପଡା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରିତିପ୍ରଜ୍ଞା ନାୟକ ୧ମ, ଶିଆଳିଆ ହାଇସ୍କୁଲର ସୁଧାଂଶୁ ଶେଖର ପଣ୍ଡା ୨ୟ, ଓଡିଶା ଆଦର୍ଶ ବିଦ୍ୟାଳୟର ଗତିକୃଷ୍ଣ ବେଜ ୩ୟ ସ୍ଥାନ ହାସଲ କରିଥିଲେ । ବିଚାରକ ଭାବେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ପାଢୀ, ସୁବାଷ ଚନ୍ଦ୍ର ରାଉତ ଦାୟୀତ୍ୱ ତୁଲାଇଥିଲେ । ଶେଷରେ କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକର ସମସ୍ତ ସିଆରସିସି ଏବଂ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଓ ବନ ବିହାରୀ ନୋଡାଲ ଉପ୍ରା ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ