ବ୍ଲକ ସ୍ତରୀୟ ପ୍ରଧାନଶିକ୍ଷକ ସମୀକ୍ଷା ବୈଠକ

କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ):-ଡ୍ରପ ଆଉଟ ରୋକିବାକୁ ରାଜ୍ୟ ସରକାର ଅଭିନଵ ପଦକ୍ଷେପ ଗ୍ରହଣ କରିଛନ୍ତି। ଘରକୁ ଘର ବୁଲି ଶିକ୍ଷକ ଶିକ୍ଷୟତ୍ରୀ ପିଲାଙ୍କ ସର୍ଭେ ପରେ ଏବେ “ଆସ ସ୍କୁଲ ଯିବା “ଅଭିଯାନ ଆରମ୍ଭ ହୋଇଛି। ଯେଉଁଥିରେ ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ବିଦ୍ୟାଳୟ କୁ ଫେରାଇ ଆଣିବା, ଆଦୌ ବିଦ୍ୟାଳୟ ଯାଇ ନଥିବା ପିଲାଙ୍କୁ ବୟସ ଅନୁଯାୟୀ ଶ୍ରେଣୀରେ ନାମ ଲେଖାଇବା, ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ପିଲାଙ୍କ ପାଠ ପଢାକୁ ଜାରୀ ରଖିବା ଓ ପୁନର୍ବାର ପାଠ ପଢା ନ ଛାଡିବାକୁ ଆବଶ୍ୟକ ପଦକ୍ଷେପ ଏବଂ ପିଲାଙ୍କ ମଧ୍ୟରେ ଶିକ୍ଷଣ ଫଳାଫଳର ସ୍ତରକୁ ଅଭିବୃଦ୍ଧି ଓ ଶିକ୍ଷଣ ବ୍ୟବଧାନକୁ ହ୍ରାସ କରିବା ପ୍ରାଥମିକତା ଦିଆଯିବ ବୋଲି ବୁଧବାର ଦିନ ଅନୁଷ୍ଠିତ ପୁରୀ ଜିଲ୍ଲା ଅସ୍ତରଙ୍ଗ ମଣ୍ଡଳ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ଅଧୀନ ବ୍ଲକ ସ୍ତରୀୟ ପ୍ରଧାନଶିକ୍ଷକ ସମୀକ୍ଷା ବୈଠକ ରେ ଆଲୋଚନ ହୋଇଥିଲା। ଅସ୍ତରଙ୍ଗ ମଣ୍ଡଳ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ଅଧୀନ ଅସ୍ତରଙ୍ଗ ନୋଡାଲ ଉପ୍ରା ବିଦ୍ୟାଳୟ ପରିସରରେ କାର୍ଯ୍ୟକ୍ରମ ରେ ଅତିଥି ଭାବେ ମଣ୍ଡଳ ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ସ୍ୱାଇଁ,ଭାରପ୍ରାପ୍ତ ସହଶିକ୍ଷାଧିକାରୀ ମଙ୍ଗୁଳି ଚରଣ ଦାସ, ପ୍ରିୟଦର୍ଶୀ ବିଶ୍ୱାଳ, ଅସ୍ତରଙ୍ଗ ନୋଡାଲ ଉପ୍ରା ବିଦ୍ୟାଳୟ ପ୍ରଧାନଶିକ୍ଷକ ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରେ ମୁଖ୍ୟତଃ ଇକୋ କ୍ଲବ, ଆସ ସ୍କୁଲ ଯିବା, ଆଇସିସି, ବିଦ୍ୟାଳୟ କୁ ସମୟାନୁବର୍ତ୍ତିତା ଅନୁଯାୟୀ ପୂର୍ବାହ୍ନ ୯ଘ ୩୦ମିନିଟ ପୂର୍ବରୁ ଓ ଅପରାହ୍ନ ୪ଘ ୩୦ମିନିଟ ପରେ ବିଦ୍ୟାଳୟ ପରିତ୍ୟାଗ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ସହ ଛାତ୍ର, ଛାତ୍ରୀ ଙ୍କୁ ଗୁଣବତ୍ତା ସମ୍ପର୍ଣ୍ଣ ପୋଷାକ ବଣ୍ଟନ ପାଇଁ ନିର୍ଦ୍ଧେଶ ଦେଇଥିଲେ ମଣ୍ଡଳ ଶିକ୍ଷାଅଧିକାରୀ ଶ୍ରୀ ଯୁକ୍ତ ସ୍ୱାଇଁ। ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ସୁରକ୍ଷା ସୁନିଶ୍ଚିତ କରାଇବା, ନିର୍ଯାତନାରୁ ରକ୍ଷା କରିବା, ଶୌଚାଳୟର ଉପଯୁକ୍ତ ବ୍ୟବହାର ସୁନିଶ୍ଚିତ କରିବାକୁ ନିର୍ଦ୍ଧେଶ ଦିଆଯାଇଛି।ଏହି ବୈଠକ ରେ ଅସ୍ତରଙ୍ଗ ମଣ୍ଡଳ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ଅଧୀନ ୧୨ଜଣ ସାଧନ ସଂଯୋଜକ, ୧୦୭ଗୋଟି ବିଦ୍ୟାଳୟ ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ