ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା

ବେତନଟୀ ( ଉଦିତ କୁମାର ପରିଡା) : ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ପି ଏମ ଶ୍ରୀ ମହାରାଜା ପ୍ରତାପ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଅର୍ଜୁନ ସିଂଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ଏଚ ଆଇ ଭି / ଏଡ୍ସ ଉପରେ କୁଇଜ ପ୍ରତିଯୋଗିତା ଜୁନିଅର ରେଡକ୍ରସ ପକ୍ଷରୁ ଆୟୋଜିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ବେତନଟୀ ବ୍ଲକର ଶିକ୍ଷା ଅଧିକାରୀ ବିପ୍ଳବ କର ଉପସ୍ଥିତ ରହି ପିଲାମାନଙ୍କୁ ଏଚ ଆଇ ଭି ଉପରେ ନିଜର ଅଭିଭାଷଣ ପ୍ରଦାନ କରିବା ସହିତ ଗଠନ ମୂଳକ ଉପଦେଶ ଦେଇଥିଲେ । ଏହି ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଲୟ ଗରୁଡ଼ ବସାର ଛାତ୍ର ଅଭିନବ ଲେଙ୍କା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ , ଏମ ପି ସି ଉଚ୍ଚ ବିଦ୍ୟାଳୟର ଛାତ୍ର ଲୋକେଶ୍ୱର୍ ମହାନ୍ତ ଦ୍ବିତୀୟ ସ୍ଥାନ ଏବଂ ଏମ ଜି ଏଚ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର କିଶୋର କୁମାର ସିଂ ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତି ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ଓ ପୁରସ୍କାର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା। ଏହି ପ୍ରତିଯୋଗୀତାରେ ବେତନଟୀ ବ୍ଲକର ଜେ ଆର ସି ସହ ସଂଯୋଜକ କେ ସି ହାଇସ୍କୁଲ ହେମପୁରର  ବିଜ୍ଞାନ ଶିକ୍ଷକ ଚନ୍ଦନ କୁମାର ଦାସ ଏବଂ ଏମ ପି ସି ହାଇସ୍କୁଲର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସକ୍ରିୟ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ