ବ୍ଳକ ସ୍ତରୀୟ ସଂସ୍କୃତ ଦିବସ ସମାରୋହ: ତୃତୀୟ ଭାଷାରୁ ବାଦ ଦେବାକୁ ନେଇ ଅସନ୍ତୋଷ

ହାଟଡିହି(ଓ୍ବାଇଏନଏସ) ମୁକୁନ୍ଦ ଚରଣ ବିଦ୍ୟାପୀଠ  ନନ୍ଦିପଦା ଠାରେ ବ୍ଳକ ସ୍ତରୀୟ ସଂସ୍କୃତ ଦିବସ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନଶିକ୍ଷକ ପ୍ରତାପ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ, ମୁଖ୍ୟ ବକ୍ତା ଭାବେ ପୁର୍ବତନ ଜିଲ୍ଲା ସଂସ୍କୃତ ସଂଘର ସଭାପତି ମଧୁସୂଦନ ମିଶ୍ର, ସମ୍ମାନୀତ ଅତିଥି ଭାବେ ଓଷ୍ଟାର ରାଜ୍ୟ ସହ ସମ୍ପାଦକ ମୃତ୍ୟୁଞ୍ଜୟ ପଲେଇ ,ଓଷ୍ଟା ସଂଘର ଜିଲ୍ଲା ଯୁଗ୍ମ ସମ୍ପାଦକ ଅନିରୁଦ୍ଧ ସେଠୀ , ଓଷ୍ଟା ସଂଘର ବ୍ଲକ ସଭାପତି ନବଘନ ନାୟକ , ଓଷ୍ଟା ସଂଘର ବ୍ଲକ ସମ୍ପାଦକ ଶିଶିର କୁମାର ବିଶ୍ଵାଳ ,  ସଂସ୍କୃତ ସଂଘର ହାଟଡିହି ବ୍ଲକ ସଭାପତି ବିଦ୍ୟୁତ ଲତା ଦାସ , ହାଟଡିହି ବ୍ଲକ ସମ୍ପାଦକ ଲକ୍ଷ୍ମୀକାନ୍ତ ମିଶ୍ର, ନରେନ୍ଦ୍ର ପ୍ରସାଦ ବେହେରା, ଦିଲ୍ଲିପ କୁମାର ଘୋଷ ପ୍ରମୁଖ ଯୋଗଦେଇ ସଂସ୍କୃତ ଭାଷାର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ । ସଂସ୍କୃତ ଭାଷାକୁ ସରକାର ଅବହେଳା ପ୍ରଦର୍ଶନ କରିବାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା। ପୁର୍ବରୁ ସଂସ୍କୃତକୁ ତୃତୀୟ ଭାଷାର ମାନ୍ୟତା ଦିଆ ଯାଉଥିବାବେଳେ ଏବେ ଭୋକେଶନାଲ କୁ ତୃତୀୟ ଭାଷାର ମାନ୍ୟତା ଦେବା ପରିତାପର ବିଷୟ ବୋଲି ମତପ୍ରକାଶ ପାଇଥିଲା। ସରକାର ତୁରନ୍ତ ଏପରି ନିଷ୍ପତ୍ତିର ପୁନର୍ବିଚାର କରିବେ ବୋଲି ଶିକ୍ଷକ ମାନେ ଆଶାବାଦୀ ଅଛନ୍ତି । ଏହି ଅବସରରେ ଅନୁଷ୍ଠିତ  ବିଭିନ୍ନ ପ୍ରତିଯୋଗୀତା ଯଥା ପ୍ରବନ୍ଧ ଲିଖନରେ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଛାତ୍ର ସାଇ ପ୍ରସାଦ ସାହୁ, ବକ୍ତୃତାରେ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଛାତ୍ରୀ ବିଶ୍ୱଶ୍ରୀ ବେହେରା, ଶ୍ଲୋକ ଆବୃତ୍ତିରେ ସୁଲଣ ହାଇସ୍କୁଲର ପ୍ରିୟଙ୍କା ପ୍ରିୟ ଦର୍ଶନି ରାଉତ, ଗୀତ ଆବୃତିରେ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ପ୍ରତୀକ୍ଷା ଦେଓ, ସଂସ୍କୃତ ସଙ୍ଗୀତ ଅବୃତିରେ କଳିଗାଁ ହାଇସ୍କୁଲର ସାଇ ଶାଶ୍ଵତ ସେଠୀ, କ୍ଷୁଦ୍ର ଗଳ୍ପ ଲିଖନ ରେ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ଛାତ୍ର ସତ୍ୟଜିତ ସାହୁ ପ୍ରମୁଖ କୃତକାର୍ଯ୍ୟ ହୋଇ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲେ। ଜୟଲକ୍ଷ୍ମୀ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସୁଶାନ୍ତ କୁମାର ପାଣି ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ପାଣ୍ଡବ ସାହୁ, ଦେବାଶିଷ ବେହେରା, ସୌମ୍ୟାପ୍ରୀୟା ସ୍ବାଇଁ, ସଂଘମିତ୍ରା ମହଲା, ସୁଭସ୍ମିତା ମଲ୍ଲିକ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶଶିକାନ୍ତ ଜେନା, ଜଗବନ୍ଧୁ ପଲେଇ, ବଦନୀ ଦାସ, ପ୍ରମିଳା ଜେନା, ମାଳତୀ ନାଇକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ