ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

ହାଟଡିହି (ବିକାଶ ବିଶ୍ବାଳ): ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା  ମରେଇଗାଁ ହାଇସ୍କୁଲ ଠାରେ ଅନୁଷ୍ଠିତ  ହୋଇଯାଇଛି। ଏଥିରେ ହାଟଡିହି ବ୍ଲକର ୧୮ଟି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଭାଗନେଇ ପାରମ୍ପରିକ ପୋଡପିଠା, ମଣ୍ଡାପିଠା, ରସାବଳୀ,   ଓ ପାରମ୍ପରିକ ଜଳଖିଆ ଯଥା ବରା, ଚାଟ, ଠୁଙ୍କାପୁରୀ, ଚୁଡ଼ାଘଷା, ଦହିବରା, ଆଳୁଦମ୍, ଉପମା, କାକରା ଇତ୍ୟାଦି  ପ୍ରସ୍ତୁତକରିଥଲେ । ଏହି ପ୍ରତିଯୋଗିତା ପାଇଁ ମହିଳା ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିଲା। ବିଚାରକ ଭାବେ ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ଅତିରିକ୍ତ ତହସିଲଦାର ପ୍ୟାରୀ ମୋହନ ହେମ୍ରମ, ମରେଇଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ବ୍ରହ୍ମାନନ୍ଦ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଖାଦ୍ୟର ମାନ ପରୀକ୍ଷଣ କରି ଶ୍ରେଷ୍ଠ ପ୍ରତିଯୋଗୀ ଚୟନ କରିଥିଲେ। ସାଂସଦ ପ୍ରତିନିଧି ଜ୍ଞାନ ରଂଜନ ସାମନ୍ତ ସିଂହାର ଅତିଥି ଭାବେ ଯୋଗଦେଇ ଲୋପ ପାଇବାକୁ ବସିଥିବା ପାରମ୍ପରିକ ଖାଦ୍ୟ କୁ ଲୋକ ମାନଙ୍କ ନିକଟରେ ଆଦୃତ କରିବା ପାଇଁ ମୂଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଏହି ପ୍ରୟାଶକୁ ପ୍ରଶଂସା କରିବା ସହିତ ସଫଳ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ବିପିଏମ ମଧୁସ୍ମିତା ଦାଶ ମଞ୍ଚ ସଂଯୋଜନା କରିଥିବା ବେଳେ ଜିପିଓ, ଶରତ କୁମାର ବେଜ, ପିଇଓ ଜିତେନ୍ଦ୍ର କୁମାର ଜେନା, ବିପିସି ପ୍ରତ୍ୟୁଷ୍ଣା ସାହୁ, ମିନାକ୍ଷୀ ମୋନାଲିସା ଜେନା, ସ୍ୱର୍ଣରାଣି ପୃଷ୍ଟି, ଦିବ୍ୟ ଦର୍ଶନ ଦାଶ, ସୁଦର୍ଶନ ଘଡେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ  ମା ବ୍ରାହ୍ମଣୀ ଏସ.ଏସ.ଜି ଗ୍ରୁପ କୁରାଢିଘଷାର ଶକୁନ୍ତଳା ବେହେରା ଓ ସହଯୋଗୀ ସସ୍ମିତା ବେହେରା ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ମା ମଙ୍ଗଳା ଏସ.ଏସ.ଜି ଗ୍ରୁପ ଗୁହାଳଗଡିଆ ର ନିରୁପମା ଜେନା ଓ ସହଯୋଗୀ ଶାନ୍ତିଲତା ପରିଡ଼ା ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ