ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

ଛତ୍ରପୁର (ଓ୍ବାଇଏନଏସ): ଧୀରେ ଧୀରେ ଲୋପ ପାଇବାକୁ ଗଲାଣି ପାରମ୍ପରିକ ଖାଦ୍ୟ, ଏହାକୁ ପୁଣି ଲୋକ ଲୋଚନକୁ ଆଣିବା ପାଇଁ ସରକାର ନେଇଛନ୍ତି ଅଭିନବ ପ୍ରୟାସ, ଏହି ଅବସର ରେ ଛତ୍ରପୁର ସ୍ଥିତ ନୂତନ ବସଷ୍ଟାଣ୍ଡ ଠାରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।         ଏଥିରେ  କଣମଣା ଗ୍ରାମ ପଂଚାୟତ ର ନିର୍ମଳା ଦେବୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପ୍ରଥମ ଏବଂ ବିପୁଳିଙ୍ଗି ଗ୍ରାମ ପଂଚାୟତ ର ମା ଅମ୍ବିକା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱିତୀୟ ସ୍ଥାନ ରଖି ଜିଲା ପ୍ରତିଯୋଗିତାରେ ସାମିଲ ହେବା ପାଇଁ ମନୋନୀତ ହୋଇଛନ୍ତି। ପ୍ରଥମ ବିଜୟୀ ଦଳକୁ ୫ ହଜାର ଏବଂ ଦ୍ୱିତୀୟ ଦଳକୁ ୪ ହଜାର ଟଙ୍କା ପୁରସ୍କାର ବାବଦକୁ ପ୍ରଦାନ କରାଯାଇ ଥିବା ବେଳେ ବ୍ଲକସ୍ତରରେ କୃତିତ୍ୱ ପାଇଥିବା ୨ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଟ୍ରଫି ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ମୋଟ ୨୪ସ୍ବୟଂ ସହାୟକ ଗୋଷ୍ଠିର ଶତାଧିକ ସଭ୍ୟ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ,ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଏସ. ଶାରଦା ରେଡ୍ଡୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ,ବିଡ଼ିଓ ସମ୍ବିତ ସଂଗ୍ରାମଜିତ ସାହୁ, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟାକ୍ଷ ଜି. ପାପା ରାଓ, ଈଓ ପ୍ରସନ୍ନ କୁମାର ଦାଶ, ସିଡିପିଓ ପ୍ରଣମିତା ପଣ୍ଡା, ମିଶନ ଶକ୍ତି ଡିପିସି ଜୟ କୃଷ୍ଣ ମହାପାତ୍ର, ଓଏଲଏମ ଡିପିସି ସନ୍ତୋଷ ରଥ, ଏ ବିଡ଼ିଓ ଜୟଶ୍ରୀ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ  ସ୍ୱତନ୍ତ୍ର ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି ମଧ୍ୟ ଯୋଗଦେଇଥିଲେ, କାର୍ଯ୍ୟକ୍ରମକୁ ଓଡିଶା ଜୀବିକା ମିଶନ ର ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନା ଓ ମିଶନ ଶକ୍ତି ର ବ୍ଲକ ପ୍ରକଳ୍ପ ସଂଯୋଜିକା ସୀତା ବରାଳ ସଂଯୋଜନା କରିଥିଲେ। ଏଥିରେ ପାରମ୍ପରିକ ଖାଦ୍ୟର ପୁନଃରୁଦ୍ଧାର ସହ ଯୁବପିଢ଼ୀଙ୍କୁ ଏଥିପ୍ରତି ଆକୃଷ୍ଟ କରିବା, ଉନ୍ନତ ସ୍ବାସ୍ଥ୍ୟ ଗଠନ ପାଇଁ ପାରମ୍ପରିକ ଖାଦ୍ୟ ଖାଇବା ଲାଗି ସଚେତନ କରାଯାଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ