ଶାସଙ୍ଗ ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ସ୍ୱାଭିମାନ ଦିବସ ପାଳିତ
ହାଟଡ଼ିହି (ବିକାଶ ବିଶ୍ବାଳ): ଶାସଙ୍ଗ ହାଇସ୍କୁଲ ଠାରେ ହାଟଡ଼ିହି ବ୍ଳକ ସ୍ତରୀୟ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ତଥା ସ୍ୱାଭିମାନ ଦିବସ ପାଳିତ ହୋଇଯାଇଛି। କିଶୋର ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ବାଦ ସାହିତ୍ୟ ଘରର ସଭାପତି ଅନ୍ତର୍ଯ୍ୟାମୀ ରାଉତ ସଭାପତିତ୍ବ କରିଥିଲେ। ପ୍ରାରମ୍ଭରେ ମଧୁବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା। ଏଥିରେ ଆନନ୍ଦପୁର ଅଞ୍ଚଳର ବିଶିଷ୍ଠ ସାହିତ୍ୟିକ ତଥା ଶିକ୍ଷାବିତ ନାରାୟଣ ଚନ୍ଦ୍ର ଲେଙ୍କା, ଶ୍ରୀକାନ୍ତ ପଟ୍ଟନାୟକ, ଶିକ୍ଷକ ରାଧାକୃଷ୍ଣ ପତି, ଶିଶିର କୁମାର ବିଶ୍ବାଳ, ସୁରେନ୍ଦ୍ର କୁମାର ପରିଡ଼ା, ଅନନ୍ତ ଚରଣ ମୁଦୁଲି, ହରିହର ସାମଲ, ପ୍ରମୁଖ ଅତିଥି ଭାବେ ଯୋଗଦେଇ ମଧୁବାବୁଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀ ମାନେ ବ୍ୟକ୍ତି ସ୍ବାର୍ଥରୁ ଉର୍ଦ୍ଧ୍ବରେ ରହି ସାମୁହିକ ସ୍ବାର୍ଥକୁ ଗୁରୁତ୍ଵ ଦେବାକୁ ଅତିଥିମାନେ ଆହ୍ବାନ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମଧୁବାବୁ ଙ୍କ ଉପରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ରମେଶ ନାୟକ, ପର୍ଶୁରାମ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।