ମହାନତା ଦେଖାଇଲେ ବ୍ଲକ ଉପାଧ୍ୟକ୍ଷ: ଦୁର୍ଘଟଣାରେ ଆହତ ଦମ୍ପତ୍ତିଙ୍କୁ ଉଦ୍ଧାର କରି ନେଲେ ଡାକ୍ତରଖାନା

ହାଟଡିହି (ଓ୍ବାଇଏନଏସ): ଆନନ୍ଦପୁର ଭଦ୍ରକ ରାସ୍ତାର ତରତରା ଛକ ନିକଟରେ ବାଇକ ଦୁର୍ଘଟଣାରେ ଦମ୍ପତ୍ତି ଗୁରୁତର ଆହତ ହୋଇଛନ୍ତି। ଦମ୍ପତ୍ତିଙ୍କ ଘର ଚୋରଗାଡ଼ିଆ ଛକରେ ହୋଇଥିବା ବେଳେ ଦୀପ୍ତି ରଞ୍ଜନ ସାହୁ ଓ ପ୍ରମିଳା ସାହୁ। ଉଭୟ ଶାଳବଣି ରୁ ବାଇକ ଯୋଗେ ଫେରୁଥିବା ବେଳେ ତର ତାରା ଛକ ନିକଟରେ ଏକ ଶିଆଳ ବାଇକ ସମୁଖକୁ ପଳାଇ ଆସିଥିଲା। ଫଳରେ ଉଭୟ ରାସ୍ତା ଉପରେ ଛିଟିକି ପଡି ଗୁରୁତର ହୋଇଥିଲେ। ସେହି ରାସ୍ତା ଦେଇ ଫେରୁଥିବା ହାଟଡିହି ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ ସଙ୍ଗେ ସଙ୍ଗେ ନିଜ ଗାଡ଼ିରେ ଆହତ ମାନଙ୍କୁ ନେଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଇ ଚିକିତ୍ସା କରାଇଥିଲେ। ବ୍ଲକ ଉପାଧ୍ୟକ୍ଷ ଙ୍କ ଏପରି ମହାନତାକୁ ସବୁ ବର୍ଗରେ ପ୍ରଶଂସା କରା ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ