ରକ୍ତଦାନ ଶିବିର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମସ୍ଥିତ ଶ୍ରୀ ଦଧିବାମନ କ୍ରିକେଟ କ୍ଳବ୍ ପକ୍ଷରୁ   ସ୍ଥାନୀୟ ହାଇସ୍କୁଲ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଓ ବ୍ରହ୍ମପୁର ରକ୍ତଭଣ୍ଡାରରେ ରକ୍ତର ଅଭାବକୁ ଦୂର କରିବା ପାଇଁ  ଆୟୋଜିତ ଶିବିରକୁ ହାଇସ୍କୁଲ ପ୍ରଧାନଶିକ୍ଷକ ମନୋଜ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଶିବିରରେ  ବ୍ରହ୍ମପୁର ରକ୍ତଭଣ୍ଡାର କର୍ମଚାରୀଙ୍କ ଦ୍ବାରା ୪୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।ସାମାଜିକ କର୍ମୀ ଶ୍ରୀନିବାସ ପଣ୍ଡାଙ୍କ ସଂଯୋଜନାରେ ବହୁ ଯୁବଗୋଷ୍ଠୀ ଶିବିରରେ ଉପସ୍ଥିତ ରହି ରକ୍ତଦାନ କରିବା ସହ ଅନ୍ଯ ମାନଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ। ସକାଶେ ପ୍ରେରଣାର ବାର୍ତ୍ତା ଦେଇଥିଲେ । ପୂର୍ବତନ ସରପଞ୍ଚ ପିତାମ୍ବର ଗୌଡ଼,ସାମାଜିକ କର୍ମୀ ସନ୍ତୋଷ କୁମାର ନାୟକ  , ଶାନ୍ତନୁ କୁମାର ପଣ୍ଡା , ରାଜେନ୍ଦ୍ର ପ୍ରସାଦ ପଣ୍ଡା , ଅଚ୍ୟୁତାନନ୍ଦ ପଣ୍ଡା ଙ୍କ ସମେତ ବହୁ ସ୍ବେଛାସେବୀ  , କ୍ରିକେଟ କ୍ଳବ୍ ସଦସ୍ୟ ବୃନ୍ଦ ଏବଂ ଗ୍ରାମବାସୀ ଶିବିର ପରିଚାଳନାରେ ସହଯୋଗ  କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ