ରକ୍ତଦାନ ଶିବିର : ୪୩୨ୟୁନିଟ ସଂଗ୍ରହ
ଛତ୍ରପୁର (ଓ୍ବାଇଏନଏସ): କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିବସ ଅବସରରେ ଭାଜପା ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ପରିସରରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ନେତୃତ୍ବ ରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସରୋଜ ଶାବତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ରିବନ କାଟି ଶୁଭାରମ୍ଭ କରିଥିଲେ। ଏଥିରେ ରକ୍ତଦାତା ମାନେ ସ୍ବେଛାକୃତ ଭାବେ ୪୩୨ୟୁନିଟ ରକ୍ତ ଦାନ କରିଥିଲେ, ଏହି ଅବସର ରେ ପ୍ରଥମେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ରକ୍ତ ଦାନ କରିଥିଲେ, ଅନ୍ୟମାନଙ୍କ ମଧ୍ୟ ରେ ଗଞ୍ଜାମ ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ବ୍ରହ୍ମପୁର ସାଂସଦ ପ୍ରତିନିଧି ରୁଈନା ପଟ୍ଟନାୟକ ଓ ଆର. ସନ୍ତୋଷ ରେଡ୍ଡୀ, ରାଜ୍ୟ ପରିଷଦ ସଦସ୍ୟ ପଦ୍ମ ଚରଣ ସାହୁ, ଯୁବନେତା ବନୋଜ ନାହାକ, ପୂର୍ବତନ ସମିତି ସଭ୍ୟ ଏନ. ଦୁର୍ଯ୍ୟୋଧନ ରେଡ୍ଡୀ, ଗଞ୍ଜାମ ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ସୁରଥ ପ୍ରଧାନ ଓ ରଘୁନାଥ ସାହୁ, ଲକ୍ଷ୍ମୀନାରାୟଣ ପଣ୍ଡା, ଓକିଲ ସଂଘ ର ସଭାପତି ପ୍ରଦୀପ କୁମାର ପାଢ଼ୀ,କଣ ମଣା ମଣ୍ଡଳ ସଭାପତି ଏନ. ଦୀନବନ୍ଧୁ, ପି. ରାମବାବୁ, ସଂଜିତ କୁମାର ରାଉଳ, ସମିତି ସଭ୍ୟ ଶମ୍ବୁ ନାଥ ସ୍ୱାଇଁ ଙ୍କ ସମେତ ନିର୍ବାଚନ ମଣ୍ଡଳୀ ର ବହୁ ଜନପ୍ରତିନିଧି, ପଂଚାୟତ ପ୍ରତିନିଧି ଏବଂ ଆଗଧାଡି ର ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ।