ରକ୍ତଦାନ ଶିବିର ଅନୁଷ୍ଠିତ

ହାଟଡିହି (ପାର୍ଥ ସୌରଭ ସା) ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସି.ପି ସୁବ୍ରତ ନାୟକଙ୍କ ସଂଯୋଜନାରେ  ଚାଲିଥିବା ଏହି  ଶିବିରକୁ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର ପ୍ରମୁଖ ଯୋଗଦେଇ ରକ୍ତଦାନ ମହପୁଣ୍ୟ। ତେଣୁ ସମସ୍ତ ବ୍ୟକ୍ତିମାନେ ରକ୍ତଦାନ ପାଇଁ ଆଗେଇ ଆସିବା ସହିତ ପ୍ରତି ଗାଁ ରେ ରକ୍ତଦାନ ଶିବିର କରି ରକ୍ତର ଅଭାବକୁ ଦୂରେଇ ଦେବାକୁ ଆହ୍ବାନ ଦେଇଥିଲେ। ବିଶେଷକରି ବ୍ଲକ କର୍ମଚାରୀ ଙ୍କ ଏପରି ଉଦ୍ୟମକୁ ସମସ୍ତେ ପ୍ରଂଶସା କରିଥିଲେ। ହାଟଡିହି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପ୍ରିତିଶ ସାହୁ, ଆନନ୍ଦପୁର ରକ୍ତଭଣ୍ଡାରର ସୁଦର୍ଶନ ବେହେରା, ରାମନାଥ ମହାନ୍ତି, ସ୍ୱାଗତିକା ମହାନ୍ତ, ରୂପଦର୍ଶନି ନାୟକ , ଶରତ ଓଝା, କୈଳାଶ ସୁବୁଦ୍ଧି, ପୂର୍ଣ୍ଣଚନ୍ଦ୍ର ମାଝି, ମଙ୍ଗୁଳି ସାହୁଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରରୁ୬୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଶାଶ୍ଵତ ପଲେଇ, ଦିବ୍ୟଜ୍ୟୋତି ପରମବ୍ରହ୍ମ ଦାସ, ପ୍ରଶାନ୍ତ କୁମାର ସେଠୀ, ଜିତେନ୍ଦ୍ର କୁମାର ଜେନା, ଶାଶ୍ଵତ ରଞ୍ଜନ ଦାସ, ମିନାକ୍ଷୀ ମୋନାଲିସା ଜେନା, ସବିତାରାଣି ଆଇଚ, ମହେଶ୍ୱର ସାହୁ, ଜ୍ୟୋତିରଂଜନ ମିଶ୍ର, ଜୀବନ ରାଉତ, ଵିନୋଦ ସାହୁ, ସୁଦର୍ଶନ ଘଡେଇ, ଭଗବାନ ସେଠୀ ପ୍ରମୁଖ ଶିବିର ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ