ରକ୍ତଦାନ ଶିବିର ଅନୁଷ୍ଠିତ

ବୁଗୁଡା,(ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜରେ ଓଡିଆ ପକ୍ଷ ପାଳନ ଅବସରରେ ୦୮-୪-୨୬ ତାରିଖ ଦିନ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କଲେଜର ୧୧ ନମ୍ବର କକ୍ଷରେ ଯୁବ ରେଡ କ୍ରସ ଓ ରେଡ ରିବନ କ୍ଲବ ଏବଂ  ସ୍କାଉଟ ଆଣ୍ଡ ଗାଇଡ୍ସ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ କଲେଜର ପ୍ରିନ୍ସପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ର ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବୁଗୁଡା ମେଡ଼ିକାଲର ଆୟୁଷ ଡାକ୍ତର ହୋମାଂଶୁ ଶେଖର ପଣ୍ଡା ଓ ଭାଇସ ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅତିଥି ଭାବେ ଯୋଗଦେଇ ରକ୍ତଦାନର ଉପକାରିତ ଓ ମହତ ଉଦ୍ଦେଶ୍ୟ ବିଷୟରେ ମତ ଦେଇଥିଲେ। ଏଥିସହ କଲେଜର ପ୍ରିନ୍ସପାଲ ଡକ୍ଟର ମିଶ୍ର, ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ଓ ସାମ୍ବାଦିକ ପ୍ରଫୁଲ କୁମାର ପଟ୍ଟନାୟକ ରକ୍ତଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଭଞ୍ଜନଗର ବ୍ଲଡ଼ ବ୍ୟାଙ୍କ ଟିମ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ବେଚ୍ଛାକୃତ ରକ୍ତଦାତାମାନଙ୍କ ଠାରୁ ୪୩ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଯୁବ ରେଡ କ୍ରସ ଉପଦେଷ୍ଟା ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ଓ ଅଧ୍ୟାପିକା କ୍ରିଷ୍ଣା କୁମାରୀ ବର୍ଗେ, ଭାରତ ସ୍କାଉଟ ଆଣ୍ଡ ଗାଇଡ୍ସ ମାଷ୍ଟର ଅଧ୍ୟାପକ ଆତ୍ମପ୍ରକାଶ ନାୟକ, ଅଧ୍ୟାପିକା ଅନିତା ଦେବୀ, ଅଧ୍ୟାପକ ସଞ୍ଜୟ କୁମାର ପ୍ରଧାନ, ଅଧ୍ୟାପିକା ପ୍ରତୀକ୍ଷା ସାହୁ ଏବଂ ଲାଇବ୍ରେରୀଆନ ରଶ୍ମିତା ମିଶ୍ର ପ୍ରମୁଖଙ୍କ ତତ୍ତ୍ୱାବଧାନରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ପରିଚାଳିତ ହୋଇଥିଲା। ଯୁବ ରେଡ କ୍ରସ ସ୍ୱେଚ୍ଛାସେବୀ ମୋହିତ କୁମାର ସାହୁ ଓ ଆଶିଷ କୁମାର ଖଡଙ୍ଗା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ