ଓଡ଼ିଆ ପକ୍ଷ ପାଳନର ଅଷ୍ଟମ ଦିନରେ ବାଲେଶ୍ୱର ଜିଲ୍ଲାରେ ରକ୍ତଦାନ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା): ଓଡ଼ିଆ ପକ୍ଷ ପାଳନର ଅଷ୍ଟମ ଦିବସ ଅବସରରେ ବାଲେଶ୍ୱର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସମେତ ଫକୀର ମୋହନ ବିଶ୍ୱବିଦ୍ୟାଳୟ, ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ, ନୀଳମଣି ମହାବିଦ୍ୟାଳୟ, ରୁପ୍ସା ଓ ଶାନ୍ତିଲତା ମହିଳା ମହାବିଦ୍ୟାଳୟ ପରିସରରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି। ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ଶିବିରରେ ମାନ୍ୟବର ବିଧାୟକ ସଦର ଶ୍ରୀ ମାନସ କୁମାର ଦତ୍ତ, ମାନ୍ୟବର ଅଧ୍ୟକ୍ଷ ଜିଲ୍ଲାପରିଷଦ ନାରାୟଣ ପ୍ରଧାନ, ଅଧ୍ୟକ୍ଷା ବାଲେଶ୍ୱର ପୌରପାଳିକା ସବିତା ସାହୁ, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡ଼. ସୁଶାନ୍ତ କୁମାର ନାୟକ ଓ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସାଇ କୃଷ୍ଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଶିବିରଗୁଡ଼ିକରେ ସମାଜର ବିଭିନ୍ନ ସ୍ତରର ଲୋକମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି। ଏହି ଅବସରରେ ମୋଟ ୩୧୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ରକ୍ତଦାନ ଶିବିରର ସଫଳତା ପାଇଁ ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକର ମିଳିତ ପ୍ରୟାସକୁ ପ୍ରଶଂସା କରାଯାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ସମାଜରେ ରକ୍ତଦାନ ସମ୍ବନ୍ଧୀୟ ସଚେତନତା ବୃଦ୍ଧି ପାଇବା ସହିତ ଜରୁରୀ ଆବଶ୍ୟକତା ସମୟରେ ରୋଗୀମାନଙ୍କ ପାଇଁ ରକ୍ତର ଉପଲବ୍ଧତା ସୁନିଶ୍ଚିତ ହେବ ବୋଲି ଆଶା କରାଯାଉଛି। ଜିଲ୍ଲାପାଳ ଏହି ଅବସରରେ ରକ୍ତଦାତାମାନଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ଏଭଳି ଆୟୋଜନକୁ ଆହୁରି ବ୍ୟାପକ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ