ଓଡିଶା ରକ୍ତଦାତା ମହାସଂଘ ପକ୍ଷରୁ ରକ୍ତଦାନ ଶିବିର

ବୁଗୁଡା (ଅନୀଲ କୁମାର ମହାରଣା) : ରାଜ୍ୟରେ ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ରକ୍ତର ଘୋର ଅଭାବ ପରିଲକ୍ଷିତ ହୁଏ।  ସାମ୍ପ୍ରତିକ ପରିସ୍ଥିତିରେ ସାରା ରାଜ୍ୟର ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପରିସ୍ଥିତି ସୃଷ୍ଠି ହୋଇଛି । ଏହି ରକ୍ତାଭାବ କିଛି ମାତ୍ରାରେ ଦୂର କରିବା ଉଦ୍ଦେଶ୍ୟରେ “ଓଡିଶା ରକ୍ତଦାତା ମହାସଂଘ” ପକ୍ଷରୁ ସାରା ରାଜ୍ୟରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ରାଜ୍ୟର ସମସ୍ତ ଜିଲ୍ଲାରେ  ଗୋଟିଏ ଦିନରେ ମୋଟ ୪୫ଟି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଅଭାବ ସମୟରେ ଛୋଟ ପ୍ରୟାସ ରୋଗୀଙ୍କୁ କିଛି ମାତ୍ରାରେ ସହାୟକ ହୋଇପାରିବ। ଏହି ଅଭିନବ ପ୍ରୟାସ ମହାସଂଘର ସଭାପତି ଅକ୍ଷୟ କୁମାର ରାଉତ, କାର୍ଯ୍ୟକାରୀ ସଭାପତି ଡକ୍ଟର ନରେଶ ସାହୁ, ସାଧାରଣ ସମ୍ପାଦକ ତ୍ରିଲୋଚନ ଦାସ , କୋଷାଧ୍ୟକ୍ଷ ରାଜେଶ ନାୟକଙ୍କ ଆନ୍ତରିକ ଉଦ୍ୟମରେ ସଫଳ ହୋଇ ପାରିଛି। ଏଥି ସହିତ ମହାସଂଘର ବିଭିନ୍ନ ଜିଲ୍ଲାର  ସଭ୍ୟ, ସଦସ୍ୟ  ଶୁଭେଚ୍ଛୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏଥିରେ ଜଡିତ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।  କାର୍ଯ୍ୟକାରୀ ସଭାପତି ଡକ୍ଟର ନରେଶ ସାହୁଙ୍କ ମାର୍ଗ ଦର୍ଶନରେ  ଅନେକ ନୂତନ ଅଗ୍ରଣୀ ଅନୁଷ୍ଠାନ ଏହି ଶିବିରକୁ ସାହାଯ୍ୟ ଓ ସହଯୋଗ କରିଥିଲେ। ଜନସାଧାରଣଙ୍କ  ରକ୍ତ ଦାନ ପ୍ରତି ଆଗ୍ରହ ସୃଷ୍ଟି ପାଇଁ ମହାସଂଘ ସର୍ବଦା ଚେଷ୍ଟା କରୁଥିବା ବେଳେ ଆଗାମୀ ଦିନରେ ଏଇ ଭଳି ଶିବିର ଆୟୋଜନ କରିବା ଉପରେ ନିଶ୍ଚିତ ଧ୍ୟାନ ଦିଆଯିବ ବୋଲି ସଭାପତି ଶ୍ରୀ ରାଉତ୍ ଓ ସମ୍ପାଦକ ଶ୍ରୀ ଦାଶ ମତ ପ୍ରଦାନ କରିଥିଲେ। ଆୟୋଜନର ସଫଳତା ପାଇଁ ରକ୍ତଭଣ୍ଡାର ସମସ୍ତ କର୍ମକର୍ତ୍ତା, ରାଜ୍ୟ ରକ୍ତ ନିରାପତ୍ତା ବିଭାଗର ସହଯୋଗ ପାଇଁ  ରାଜେଶ ନାୟକ  ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ