ଅସ୍ଥାୟୀ ଡ଼ିଏଲସି ଭାବେ ଦାୟିତ୍ୱ ଗ୍ରହଣ କଲେ ବାବୁଚରଣ ପାତ୍ର
ଛତ୍ରପୁର (ଓ୍ବାଇଏନଏସ): ଛତ୍ରପୁର ଶ୍ରମ କାର୍ଯ୍ୟାଳୟ ପରିସର ରେ ଅସ୍ଥାୟୀ ଡ଼ିଏଲସି ଭାବେ ବାବୁ ଚରଣ ପାତ୍ର ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି, ଏନେଇ ପଞ୍ଜିକୃତ ଶ୍ରମିକ ୟୁନିୟନ ର କର୍ମକର୍ତା ମାନେ ଡିଏଲସି ଶ୍ରୀ ପାତ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି, ଦାୟିତ୍ୱ ଗ୍ରହଣ କରିବା ରେ ସେ ଶ୍ରମିକ ମାନଙ୍କ ସମସ୍ୟା ଗୁଡିକ ସମାଧାନ ଦିଗରେ କାର୍ଯ୍ୟ କରିବା ସହ ବିଭାଗର ସମସ୍ତ ଦାୟିତ୍ୱ ସୁଚାରୁ ରୂପେ ତୁଲାଇବି ବୋଲି କହିଥିଲେ, ଶ୍ରମ କମିଶନର ନିର୍ଦେଶକ୍ରମେ ପ୍ରତ୍ୟେକ ସପ୍ତାହ ର ମଙ୍ଗଳବାର ଦିନ ଛତ୍ରପୁର କୁ ବାବୁ ଚରଣ ପାତ୍ର ଆସି ଶ୍ରମ କୋର୍ଟ କରି ନିଜ ଦାୟିତ୍ୱ ତୁଲାଇବେ ବୋଲି ସୂଚନା ମିଳିଛି, ଆବଶ୍ୟକ ପଡିଲେ ଶନିବାର ମଧ୍ୟ ଆସିବାର କାର୍ଯ୍ୟକ୍ରମ ରହିଛି, ସୂଚନା ଯୋଗ୍ୟ ଯେ ଛତ୍ରପୁର ଶ୍ରମ କାର୍ଯ୍ୟାଳୟ ରେ ଡିଏଲସି ପଦବୀ ପୂରଣ କରିବା, ନଚେତ ସପ୍ତାହ କୁ ୨ଦିନ ଅସ୍ଥାୟୀ ଭାବେ ଆସିବା ସମେତ ବିଭିନ୍ନ ଦାବୀ ସମ୍ପର୍କ ଶ୍ରମିକ ୟୁନିୟନ ର କର୍ମକର୍ତା ମାନେ ଶ୍ରମ ମନ୍ତ୍ରୀ ଓ ଶ୍ରମ କମିସନର ଙ୍କୁ ଭେଟି ଜଣାଇଥିଲେ,