ଓଡିଶା ରକ୍ତଦାତା ମହାସଂଘ ପକ୍ଷରୁ ରକ୍ତଦାନ ଶିବିର
ବୁଗୁଡା (ଓ୍ବାଇଏନଏସ) : ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ଓଡିଶା ରକ୍ତଦାତା ମହାସଂଘ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ବିଶ୍ଵ ଦକ୍ଷତା କେନ୍ଦ୍ର ଠାରେ ଆୟୋଜିତ ହୋଇଯାଇଅଛି। ଏହି ମେଗା ରକ୍ତଦାନ ଶିବିରରେ ବିଶ୍ଵ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀ, କର୍ମଚାରୀ ବୃନ୍ଦ ବିପୁଳ ସଂଖ୍ୟାରେ ରକ୍ତଦାନ କରିଥିଲେ। ଏହି ଶିବିରରେ ମୋଟ ୪୪୬ ୟୁନିଟ୍ ରକ୍ତ ସଂଗୃହୀତ ହୋଇ ଏକ କାଳୀନ ରେକର୍ଡ ସୃଷ୍ଟି କରିପାରିଛି। ଶିବିରରେ ମହାସଂଘର କୋଷାଧ୍ୟକ୍ଷ ରାଜେଶ ନାୟକ, ସଧାରଣ ସମ୍ପାଦକ ତ୍ରିଲୋଚନ ଦାଶ, ସଭାପତି ଅକ୍ଷୟ କୁମାର ରାଉତ , ମହିଳା ବିଭାଗ ସମ୍ପାଦିକା ଆର୍ଜୁ ବିବି ଉପସ୍ଥିତ ରହି ଶିବିରକୁ ସୂଚାର ରୂପେ ପରିଚାଳନା କରିଥିଲେ। ବିଶ୍ୱ ଦକ୍ଷତା କେନ୍ଦ୍ରର ଉପ ନିର୍ଦ୍ଦେଶକ ଶୈଳେଶ କୁମାର ମିଶ୍ର, ଶୁଭକାନ୍ତ ପ୍ରଧାନ , ନିର୍ଭୟ ମହାନ୍ତି , ଅକ୍ଷୟ କୁମାର ମିଶ୍ର , ବ୍ରହ୍ମାନନ୍ଦ ସାହୁ, ଅନିଲ କୁମାର ଦାଶ ଓ ବିପ୍ଳବ ରାୟ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସମସ୍ତ ଯୁବ ବର୍ଗର ରକ୍ତଦାତା ଓ ପ୍ରଥମ ଥର ରକ୍ତଦାନ କରୁଥିବା ଯୁବ ସମାଜକୁ ସମ୍ପାଦକ ଶ୍ରୀ ଦାସ ଓ ସଭାପତି ଶ୍ରୀ ରାଉତ ଧନ୍ୟବାଦ ଜଣାଇଥିଲେ। ଶେଷରେ ଏହି ପରିକଳ୍ପନା ପାଇଁ ଅନୁଷ୍ଠାନକୁ ସନ୍ତୋଷ କୁମାର ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ ।