ରେଡକ୍ରସ ପକ୍ଷରୁ ରକ୍ତଦାନ ଶିବିର

ଛତ୍ରପୁର,: ଓଡିଶା ପକ୍ଷ ପାଳନ ଅବସରରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ପକ୍ଷରୁ  ଅନୁଷ୍ଠିତ ରକ୍ତଦାନ ଶିବିରରୁ ମୋଟ ୩୪ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଅଜୟ କୁମାର ତ୍ରିପାଠୀ ଓ ଅରୁଣା ସ୍ୱେଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ଲୋକନାଥ ମିଶ୍ର ଶିବିରକୁ ଉଦ୍‌ଘାଟନ କରିଥିଲେ । ବ୍ରହ୍ମପୁର ରକ୍ତଭଣ୍ଡାରର କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନାରେ ଆୟୋଜିତ ରକ୍ତଦାନ ଶିବିରକୁ ପରିଚାଳନାରେ ଅଧ୍ୟାପିକା ମିଲିମିତା ପାଢୀ, ଡଃ ସୁଜତା ମଲ୍ଲିକ, ସାପା ରଞ୍ଜିତାରାଣୀ ଓ ସୁଚସ୍ମିତା ବେହେରା, ପ୍ରଣତି ନାୟକ, ଅଧ୍ୟାପକ ସୁଶାନ୍ତ ଦାଶ ଓ ଲକ୍ଷ୍ମୀନାରାୟଣ ସାହୁ, ସୁମନ ପଣ୍ଡା ଏବଂ ଏନ୍‌ଏସିସି ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ । ଅରୁଣା ସ୍ୱେଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ଲୋକନାଥ ମିଶ୍ର ପ୍ରଥମେ ରକ୍ତଦାନ କରି ଶିବିରକୁ ଆରମ୍ଭ କରିଥିବା ବେଳେ ଏ.ସୁନିତା ପାତ୍ର, ଶୁଭମ ଜେନା, ରୋହିଣୀ ନରେନ୍ଦ୍ର ସିଂ, ସାଇଶ୍ରୀ ବେହେରା, ଆର୍‌.ଭୂମିକା ରେଡ୍ଡୀ, ଅଭିଜିତ୍ ଜେନା, ପି.ବସନ୍ତ ରେଡ୍ଡୀ, ଚନ୍ଦନ କୁମାର ନାହାକ, ସତ୍ୟବ୍ରତ ଜେନା, ସୁମନ ପଣ୍ଡା,ଜେ.କିଷ୍ଣାକୁମାରୀ, ଗଗନ ଜେନା, ସିଲା ପଣ୍ଡା, ବିନୟ ପ୍ରସାଦ ପଲେଇ, ଅମିତ୍ କୁମାର ବେହେରା, ଜତିନ୍ ବେହେରା, ପ୍ରଭାକର ପାଢୀ, ଅମ୍ରିତ୍ ଅଜ୍ଝଭିଳାଶ, କାର୍ତିକ ସାହୁ, ଦିନେଶ କୁମାର ବିଷୋୟୀ, ହୃଷିକେଶ ବାଡତ୍ୟା, ମହେଶ ବେହେରା, ରୁଦ୍ର ପ୍ରସାଦ ସାହୁ, ଜି.ହିମାନି, ନମିତା ଦଳେଇ, ବାଇଚନ୍ଦ୍ର ଭୋଇ, ଚିନ୍ମୟୀ ଦାଶ, ଲୁସି ସାହୁ, ଜ୍ୟୋତିରାଣୀ ସାହୁ, ଚନ୍ଦ୍ରଶେଖର ବେହେରା, ଗାନ୍ଧୀ ଶତପଥି, ସାଗର ପ୍ରସାଦ ପଣ୍ଡା ଓ ଜି.ଲିଙ୍ଗରାଜ୍ ପ୍ରମୁଖ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ