ଯୁବ କଂଗ୍ରେସ ପକ୍ଷରୁ ରକ୍ତଦାନ ଶିବିର

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ):  ଦେଶର ତ୍ୟାଗ ଓ ଅନ୍ୟାୟର ମହାନାୟକ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଜୀଙ୍କ ୩୪ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ କେନ୍ଦୁଝର ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଏକ ରକ୍ତଦାନ ଶିବିର କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିକୁ ପୂର୍ବତନ ମନ୍ତ୍ରୀ ତଥା ଓଡିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଶ୍ରୀ ପଟ୍ଟନାୟକ କହିଥିଲେ ଯୁବ ଓ ଛାତ୍ର ମାନେ ହିଁ ଦେଶର ଭବିଷ୍ୟତ । ଯୁବ କଂଗ୍ରେସ ପକ୍ଷରୁ ରକ୍ତଦାନ ପରି ମହତ କାର୍ଯ୍ୟ ନିଶ୍ଚିତ ଭାବେ ସ୍ମରଣୀୟ ହେବ । ଦେଶ ଘଠନ ପାଇଁ ଯୁବ ସମାଜ ଆଗକୁ ଆସିବା ଉଚିତ । ସେହିପରି ଅଖିଳ ଭାରତ କଂଗ୍ରେସ କମିଟି ସମ୍ପାଦକ ତଥା ଓଡିଶା ସହ ପ୍ରଭାରୀ ଶାହାନୱାଜ ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଦେଶରେ ଯୁବ ମାନସର ପ୍ରତୀକ ରାଜୀବ ଗାନ୍ଧୀଙ୍କ ପାଇଁ ଯୁବ କଂଗ୍ରେସ ପକ୍ଷରୁ ଏହି ରକ୍ତଦାନ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ । ଏହି କାର୍ଯ୍ୟକ୍ରମରେ ପ୍ରଥମେ ଅତିଥି ମାନେ ରାଜୀବ  ଗାନ୍ଧିଜୀ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜ଼ିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡା, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ମହିଳା କଂଗ୍ରେସ ରାଜ୍ୟ ଉପ ସଭାନେତ୍ରୀ ସଂଗୀତା ସିଂହ, ପୂର୍ବତନ ସାଂସଦ ଯଶୋବନ୍ତ ସିଂ ଲାଗୁରି, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ, ପୂର୍ବତନ ସାଂସଦ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାୟକ, ମହିଳା କଂଗ୍ରେସ ନେତ୍ରୀ ପ୍ରତିଭା ମଞ୍ଜରୀ ନାଏକ, ତେଲକୋଇ ବିଧାୟକ ପ୍ରାର୍ଥୀ ନିର୍ମଳ ନାୟକ, ଛାତ୍ର କଂଗ୍ରେସ ଜ଼ିଲ୍ଲା ସଭାପତି ଶୁଭମ ରାଜ, କଂଗ୍ରେସ ନେତା ରତ୍ନାକର ଜେନା, ସୁଦର୍ଶନ ପାଇକରାୟ, ଲଳିତ ମୋହନ ନାୟକ, ମନରଞ୍ଜନ ରାଉତ, ଦିଲ୍ଲୀପ କୁମାର ସାହୁ, ସୁଢଳ କୁମାର ସେଠି, ଯୁବ କଂଗ୍ରେସ ନେତା ଦିବ୍ୟଦର୍ଶନ ଦାସ, ଅମିତ ଅନୁପମ ରାଉତ,  ଆନନ୍ଦ ମାଝୀ, ସଞ୍ଜୟ ନାଏକ, ସରୋଜ ମାହାନା, ଆକାଶ ବେହେରା, ଜ଼ିଆ ଉଲ୍ହ, ପରମେଶ୍ୱର ନାଏକ, ଅଭିନାଶ ଓଝା, ଅମିତ ମୁଖାର୍ଜୀ, ଅମିତ ରାଉତ, ସୌମ୍ୟରଞ୍ଜନ ପଲେଇ,  ମାନସ ବେହେରା, ସଂଗ୍ରାମ ବେହେରା  ପରିଚାଳନା କରିଥିଲେ । ସେହିପରି କେନ୍ଦୁଝର ବ୍ଲଡ଼ ବ୍ୟାଙ୍କର ଡାକ୍ତର ରମାକାନ୍ତ ମୁଣ୍ଡା, ଡାକ୍ତର ପ୍ରତୀକ ସାହୁ, ଅକ୍ଷୟ କୁମାର ସାହୁ, ତପନ କୁମାର ନାଏକ, ଗୌରୀଶଙ୍କର ମଲ୍ଲିକ, ଶଙ୍କର୍ଷଣ ନାଏକ, କବିତା ସେଠି ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ