ରକ୍ତଦାନ ଶିବିରର ପ୍ରସ୍ତୁତି ବୈଠକ
ବାଲେଶ୍ବର(ସରୋଜ ପଣ୍ଡା): ସୋମବାର ଅପରାହ୍ନ ୪ ଘଟିକା ସମୟରେ ରେମୁଣା ବିଜେପି କାର୍ଯ୍ୟାଳୟରେ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଜନ୍ମଦିନ ଉପଲକ୍ଷେ କାର୍ଯ୍ୟାଳୟରେ ହେବାକୁ ଥିବା ବିଶାଳ ରକ୍ତଦାନ ଶିବିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବିଧାୟକ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରିଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶ୍ୟୁରାମ ପରିଡ଼ା, ଜିଲ୍ଲା ଉପସଭାପତି ସୁକୁମାର ଦାସ, ସାଂସଦ ପ୍ରତିନିଧି ଉମାକାନ୍ତ ପଣ୍ଡା, ମହେଶ୍ୱର ପ୍ରଧାନ, ଅନ୍ୟତମ ବିଧାୟକ ପ୍ରତିନିଧି ଲମ୍ବୋଦର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ରେମୁଣା ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳ ସଭାପତି ଯଥା- ଉମାକାନ୍ତ ଜେନା, ମାନସ ମହାନ୍ତି, ବିବେକ ବିକାଶ ରାଉତ, ମାୟାଧର ପ୍ରଧାନ, ପ୍ରଫୁଲ୍ଲ ଦ୍ବିବେଦୀ, ଜିଲ୍ଲା ତଥା ରାଜ୍ୟ ପଦାଧିକାରୀ, ସମସ୍ତ ପୂର୍ବତନ ମଣ୍ଡଳ ସଭାପତି, ପଞ୍ଚାୟତ ସଭାପତି, ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତର ମୁଖ୍ୟ କାର୍ଯ୍ୟକର୍ତ୍ତା ପଞ୍ଚାୟତ କୋର କମିଟି ମେମ୍ବର ଆଦି ଏହି ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ରକ୍ତଦାନ ଶିବିରର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ତୁଲାଇବା, ରକ୍ତଦାତା ମାନେ ସୁରୁଖୁରୁରେ ରକ୍ତ ଦାନ କରିବା ଏବଂ ଶିବିରର ଅନ୍ୟ ସମସ୍ତ କାର୍ଯ୍ୟ ତୁଲାଇବା ନିମନ୍ତେ କାର୍ଯ୍ୟକର୍ତ୍ତା ଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଥିଲା। ଏଥି ସହିତ ଅଧିକରୁ ଅଧିକ ରକ୍ତଦାତା କେମିତି ଶିବିରରେ ରକ୍ତ ଦାନ କରିବେ ସେ ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଥିଲା। ଶେଷରେ ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ନାରାୟଣ ମହନ୍ତ (ମୁନା) ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରିଥିଲେ।


