ବୈତରଣୀ ନଦୀର ବରେଶ୍ୱର ଘାଟରୁ ଆଇଟିଆଇ ଛାତ୍ରଙ୍କ ମୃତଦେହ ଉଦ୍ଧାର
ହାଟଡିହି (ଓ୍ବାଇଏନଏସ); ବୈତରଣୀ ନଦୀର ବରେଶ୍ୱର ଘାଟରୁ ଆଇ ଟି ଆଇ ଛାତ୍ର ଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ଜଣକ ବଞ୍ଚୋ ଗ୍ରାମର କୋଦଣ୍ଡ ସେଠୀଙ୍କ ପୁଅ ଚିନ୍ମୟ ସେଠୀ ବୋଲି ଜଣା ପଡିଛି। ସେ ଶାଳପଡା ସ୍ଥିତ ଆଇ ଟି ଆଇ ରେ ପଢୁଥିଲେ। ଗତକାଲି ମାମୁଁ ଘରକୁ ଯିବି ଓ ସେଠାରୁ କଲେଜ ଯିବି ବୋଲି କହି ଘରୁ ଯାଇଥିଲା। କିନ୍ତୁ ଆଉ ଫେରି ନଥିଲା। ଆଜି ଅପରାହ୍ନରେ ବୈତରଣୀ ନଦୀର ବରେଶ୍ୱର ଘାଟରେ ଏକ ଶବ ଭାସୁଥିବା ଖବର ପ୍ରଚାରିତ ହେବା ମାତ୍ରେ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ଆନନ୍ଦପୁର ପୋଲିସ ପହଞ୍ଚି ହାଟଡିହି ଅଗ୍ନିଶମ ବାହିନୀ ସହଯୋଗରେ ଶବକୁ ଉଦ୍ଧାର କରିବା ପରେ ତାହା ବଞ୍ଚୋ ଗ୍ରାମର ଚିନ୍ମୟ ସେଠୀଙ୍କର ବୋଲି ଜଣା ପଡିଥିଲା। ଖବର ପାଇ ଚିନ୍ମୟଙ୍କ ପରିବାର ଲୋକେ ପହଞ୍ଚି ଶବ ଚି଼ହ୍ନଟ କରିଥିଲେ। ନଦୀ ପାର ହେଉଥିବା ସମୟରେ ନଦୀରେ ବୁଡି ଯାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି। ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶାବକୁ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ତଦନ୍ତ ଚଳାଇଛି।


