ରାମନଦୀ ରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଜବତ : ହତ୍ୟା ସନ୍ଦେହ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ ବଡପଦା ଗ୍ରାମ ସ୍ଥିତ ଶ୍ରୀ ଉଦୟନାଥେଶ୍ବର ଶୈବପୀଠ ପାର୍ଶ୍ୱରେ ଯାଇଥିବା ରାମନଦୀ ଆନିକଟ ରୁ  କେ . ନୂଆଗାଁ ପୋଲିସ ଶନିବାର ବିଳମ୍ବିତ ସନ୍ଧ୍ୟାରେ ଜଣେ ନାଲି ସାର୍ଟ ପିନ୍ଧିଥିବା  ଅଚିହ୍ନା ବ୍ୟକ୍ତି ଙ୍କ ଉଲଗ୍ନ ମୃତଦେହ କୁ ଜବତ କରିଥିବା ଜଣାପଡିଛି । ତାଙ୍କୁ କେହି ହତ୍ୟା କରିବା ପରେ ନଦୀ ମଧ୍ୟକୁ ଫୋପାଡି ଦେଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି।  ମୃତକ ଜଣକ କେଉଁ ଅଞ୍ଚଳର ଏବଂ ତାଙ୍କ ମୃତଦେହ ନଦୀ ମଧ୍ୟକୁ ଆସିଲା କେମିତି ସେ ନେଇ ବିଭିନ୍ନ ଦିଗରୁ ତଦନ୍ତ ଚାଲିଥିବା ଆଇଆଇସି କିଶୋର କୁମାର ସାମଲ କହିଛନ୍ତି।ମୃତ ବ୍ୟକ୍ତିଙ୍କ ବୟସ ପ୍ରାୟ ୫୦ ବର୍ଷ ହେବ।ଗଜପତି ଜିଲା ର କେଉଁ ଅଞ୍ଚଳରୁ ମୃତଦେହ ଟି ଭାସି ଆସି ରାମ ନଦୀ ଆନିକଟ ରେ ଲାଗିଥିବା ପୋଲିସର ପ୍ରାଥମିକ ତଦନ୍ତ ରୁ ଜଣାପଡ଼ିଛି। ଶୈବପୀଠ ର ପରିଚାଳନା କମିଟି ସଭାପତି ବିଶ୍ଵନାଥ ଜାନି ଙ୍କ ଏତଲା କ୍ରମେ ଥାନା ଅପମୃତ୍ୟୁ ମାମଲା ନଂ.୧୨/୨୫ ଅନୁଯାୟୀ ବ୍ୟବଚ୍ଛେଦ ନିମନ୍ତେ ଗଳିତ ମୃତଦେହକୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇ ଦିଆଯାଇଛି।ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ