ରାସ୍ତା କଡରୁ ଯାତ୍ରା କଳାକାର କାହ୍ନୁ ଚରଣ ସ୍ବାଇଁଙ୍କ ମୃତଦେହ ଉଦ୍ଧାର
ହାଟଡିହି (ଓ୍ବାଇଏନଏସ): ଯାତ୍ରା କଳାକାର କାହ୍ନୁ ଚରଣ ସ୍ବାଇଁଙ୍କ (୫୨)ମୃତଦେହ ଆନନ୍ଦପୁର – ଭଦ୍ରକ ରାସ୍ତାର ବେତିରା ଛକ ନିକଟରୁ ଉଦ୍ଧାର କରିଛି ନନ୍ଦିପଦା ପୋଲିସ୍। କାହ୍ନୁଙ୍କ ଘର ହାଟଡିହି ବ୍ଲକ୍ ବଡରମ୍ପାସ ଗାଁରେ। ତୁଳସୀ , ପାର୍ବତୀ , ମଧୁବାସନ୍ତୀ ଓ ଅଷ୍ଟଶମ୍ବୁ ଭଳି ଯାତ୍ରା ପାଟିରେ ଦିର୍ଘ ୩୦ ବର୍ଷଧରି କାମକରି ଆସୁଥିଲେ କାହ୍ନୁ। ଗତକାଲି ରାତିରେସେ ଆବୁଲପୁରା ଗାଁର କିଛି ଲୋକଙ୍କସହ ଯାତ୍ରା ପରିବେଷଣ ପାଇଁ ଏକ ଯାତ୍ରାପାଟି ସହ କଥାବାର୍ତ୍ତା ହେବାକୁ ଭଦ୍ରକ ଜିଲ୍ଲା ରାନ୍ଧିଆ କୁ ଯାଇଥିଲେ। ରାତି ୩ଟା ସମୟରେ ସମୟରେ କ୍ଷତାକ୍ତ ଅବସ୍ତାରେ ତାଙ୍କର ମୃତଦେହ ଆନନ୍ଦପୁର ଭଦ୍ରକ ରାସ୍ତାର ବେତିରା ନିକଟସ୍ଥ ରାସ୍ତାକଡରେ ପଡିଥିବାଦେଖି ପାଇଥିଲେ ସ୍ଥାନୀୟ ଲୋକେ। ସ୍ଥାନୀୟ ଲୋକେ ପୋଲିସକୁ ଜଣାଇବା ପରେ ପୋଲିସ ତୁରନ୍ତ ଉଦ୍ଧାର କରି ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ଘଟଣା ସ୍ଥଳରେ ସାଙ୍ଗରେ ଯାଇଥିବା କେହିଲୋକ ନଥିବାରୁ କାହ୍ନୁଙ୍କ ମୃତ୍ଯୁ ଦୁର୍ଘଟଣା ଜନିତ କାରଣରୁ ଘଟିଛି ନା ଏହାରି ଭିତରେ ଅନ୍ଯକଣ କାରଣ ରହିଛି ରାକୁନେଇ ସଂନ୍ଦେହ କରିଛନ୍ତି ପରିବାର ଲୋକ ଓ ଗ୍ରାମବାସୀ। କାହ୍ନୁଙ୍କ ମୃତ୍ଯୁର ଉପଯୁକ୍ତ କାରଣ ଖୋଜି ବାହାର କରିବାକୁ ଦାବି ହୋଇଛି। ଆଜି ସନ୍ଧ୍ୟାରେ ମୃତଦେହ ଡାକ୍ତରଖାନାରୁ ଆସି ଗାଁରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶରେ କାହ୍ନୁଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ କରା ଯାଇଛି।


