ମୃତିକା ସଂରକ୍ଷଣ ଅଣଗେଜେଟେଡ କ୍ଷେତ୍ର କର୍ମଚାରୀ ସଂଘର ବୈଠକ ଏବଂ କର୍ମକର୍ତ୍ତା ନିର୍ବାଚନ
କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲା ମୃତିକା ସଂରକ୍ଷଣ ଅଣ ଗେଜେଟେଡ଼ କ୍ଷେତ୍ର କର୍ମଚାରୀ ସଙ୍ଘ ର ବୈଠକ ଏବଂ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି.ଶୁଆକାଟି ପିଆଇଏ କାର୍ଯ୍ୟାଳୟ ଜିଲ୍ଲା ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହେଇଛି।ଏଥିରେ ଜିଲ୍ଲା ସଂଘ ର ସଂମ୍ପାଦକ ଓ ସଭାପତି ଙ୍କ ଅନ୍ୟତ୍ର ବଦଳି ହୋଇଥିବାରୁ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା।କିର୍ମଚାରୀ ମାନଙ୍କ ସମସ୍ୟା ଉପରେ ଆଲୋଚନାକରାଯାଇଥିବାବେଳେ ନୂତନ ପଦନ୍ନତି ପାଇଥିବା ଏସଇଓ ଏବଂ ଯୋଗଦେଇଥିବା ଏସଇଡବ୍ଲୁ ଓ ଏସଇଓ ମାନଙ୍କୁ ସ୍ବାଗତ କରାଯାଇଛି।ଅନ୍ୟତ୍ର ବଦଳି ଏସଇଓ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସଂଘର ସଭାପତି ଭାବେ ଶିବ ପ୍ରସାଦ ଦାସ ସଂମ୍ପାଦକ ରୋହିତ କୁମାର ନାଏକ,କୋଷାଧ୍ୟକ୍ଷ ରାଜେନ୍ଦ୍ର କୁମାର ଧଳ ଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଛି।ଉପଦେଷ୍ଠା ମଣ୍ତଳୀ ସଂଞ୍ଜିବ ସେଠୀ,ରାଧାଶ୍ୟାମ ବଳ,ସେନାଲି ସିଂ,ବିଶ୍ବଜିତ୍ ନାୟକ ଙ୍କୁ ବିବେଚିତ କରାଯାଇଥିବାବେଳେ ନଭେମ୍ବର ମାସ ୨୩ ତାରିଖ ରେ ପୁରୀ ଟାଉନହଲରେ ରାଜ୍ୟସଂଘର ସମ୍ମିଳନୀ ଅନୁଷ୍ଠିତ ହେବ। ଅନ୍ୟମାନେ ସଦସ୍ୟତା ରେ ସାମିଲ ହୋଇ ପାରିବେ।ପୁରୀ କାର୍ଯ୍ୟକ୍ରମ କୁ ୧୦ଜଣ ଯିବା ପାଇଁ ନିଷ୍ପତି ହୋଇଛି।ଅଣଗେଜେଟେଡ କ୍ଷେତ୍ରକର୍ମଚାରୀ ସଂଘ କୁ ଆର୍ଥିକ ଓ ଶାରିରୀକ ସହଯୋଗ ଲୋଡାଯାଇଛି।କେହି ସହଯୋଗ ମକଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପ୍ରସ୍ତାବ ଦିଅାଯାଇଛି।ସଦସ୍ୟ କିମ୍ବା ସଦସ୍ୟା ପଞ୍ଜିକରଣ କଲେ ସଂଘକୁ ଅବଗତ କରାଯିଵାକୁ କୁହାଯାଇଛି।ସଂଘର ପରବର୍ତ୍ତି ସଭା ସାହାରପଡାରେ ଆୟୋଜନ ହେବ ବୋଲି ଜଣାପଡିଛି।ପରିଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଦିଆଯାଇଥିଲା।ଶିବ ପ୍ରସାଦ ଦାସ,ରୋହିତ କୁମାର ନାଏକ,ରାଜେନ୍ଦ୍ର କୁମାର ଧଳ,ଅରବିନ୍ଦ ନାଏକ,ଅରୁଣ କୁମାର ସିଂ,ସିପୁନ କୁମାର ନାଏକ,ସଂଘମିତ୍ରା ମହାପାତ୍ର,ଲୋକନାଥ ସେଠୀ,ସୁମନ୍ତ ସେଠୀ,ରାଧାଶ୍ୟାମ ବାଲ୍,ସଂଞ୍ଜିବ କୁମାର ସେଠୀ ପ୍ରମୁଖ ବୈଠକରେ ଉପସ୍ଥିତଥିଲେ।