ବୋଇତ ବନ୍ଦାଣ ମହୋତ୍ସବ
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ):-ଅତୀତରେ ସାଧବ ପୁଅ ମାନେ ବାଣିଜ୍ୟ କରିବାକୁ ସୁଦୂର ଜଳଯାତ୍ରା କରୁଥିଲେ। ସାତ ଦରିଆତେର ନଈ ପାରି ହୋଇ ଆମ ଦେଶକୁ ଧନରତ୍ନ ଆଣୁଥିଲେ। ଆଜି ସେହି ନୌବାଣିଜ୍ୟ ନାହିଁ କି ସାଧବ ପୁଅ ନାହାନ୍ତି। କେବଳ ପରମ୍ପରା କୁ ଉଜ୍ଜବିତ କରିବାକୁ ବୋଇତ ବନ୍ଦାଣ ଉତ୍ସବ ପାଳନ ହେଉଛି ବୋଲି ଦ୍ୱିତୀୟ ବାର୍ଷିକ ଆଞ୍ଚଳିକ ବୋଇତ ବନ୍ଦାଣ ଉତ୍ସବ ର ଦ୍ୱିତୀୟ ସନ୍ଧ୍ୟାରେ ଅତିଥି ଅବସରପ୍ରାପ୍ତ ଶିକ୍ଷକ ବୃନ୍ଦାବନ ଜେନା ମତ ପ୍ରକାଶ କରିଛନ୍ତି। ମହୋତ୍ସବ କମିଟି ସଭାପତି ବିଜୟ ପଢିୟାରୀ ଙ୍କ ସଭାପତିତ୍ବ ରେଦ୍ୱିତୀୟ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ମିଶ୍ର, ଅନ୍ୟତମ ଅତିଥି ପ୍ରାକ୍ତନ ବିଧାୟକ ରବିନ୍ଦ୍ର ମଲ୍ଲିକ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ବୃନ୍ଦାବନ ନାୟକ, ସମାଜସେବୀ ଅଧିକାରୀ ବେହେରା, ଉପଦେଷ୍ଟା ପ୍ରତାପ ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ନୌବାଣିଜ୍ୟ ପରମ୍ପରାର ଜୟଗାନ କରି ଅଂଚଳର ସ୍ୱତନ୍ତ୍ର ପରିଚୟ ରହିଛି ବୋଲି କହିଥିଲେ। ଦ୍ୱିତୀୟ ସନ୍ଧ୍ୟା ରେ ସ୍ଥାନୀୟ ଅଞ୍ଚଳର କୁନି ପ୍ରତିଭା ମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।


