ପୂର୍ବ ଶତ୍ରୁତାରୁ ବୋମା ମାଡ଼ : ବନ୍ଥପଲ୍ଲୀ ଗାଁ ପୁଣି ଅଶାନ୍ତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଥାନା ମହୁଡ଼ା ବନ୍ଥପଲ୍ଲୀ ଗ୍ରାମ ର ପ୍ରଶାନ୍ତ ଭୁଁୟା ଙ୍କ ଘର ଉପରକୁ ବୋମା ମାଡ଼ କରାଯାଇଛି। କିଛିଦିନ ର ନୀରବତା ପରେ ପୂର୍ବ ଶତ୍ରୁତା କୁ ନେଇ ଏହି ବୋମା ମାଡ଼ କରାଯାଇଥିବା ସୂଚନା ମିଳିଛି। ରବିବାର ବିଳମ୍ବିତ ରାତି ପ୍ରାୟ ୧ ଟାରେ କୌଣସି ଦୁର୍ବୃତ୍ତ ପ୍ରଶାନ୍ତ ଙ୍କ ଘର ଉପରକୁ ବୋମା ନିକ୍ଷେପ କରିଥିବା ଜଣାପଡିଛି। ବୋମା ବିସ୍ଫୋରଣ ରେ ପ୍ରଶାନ୍ତ ଙ୍କ ସ୍କୁଟି ଓ ସାଇକେଲ ସାମାନ୍ୟ କ୍ଷତି ହୋଇଥିବା ଜଣାପଡିଛି। ପ୍ରଶାନ୍ତ ହିଞ୍ଜିଳି କାଟୁ ଅଞ୍ଚଳର ଜଣେ ଠିକାଦାର ଙ୍କ ପାଖରେ ରହି କାମ ଦାମ ତଦାରଖ କରୁଥିବା ବେଳେ କାହିଁକି କୌଣସି ଦୁର୍ବୃତ୍ତ ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ଭୟଭୀତ କରିବା ଉଦ୍ଦେଶ୍ୟରେ ଏହି ବୋମା ମାଡ଼ କରିଛି ସେ ନେଇ କୌଣସି ଠୋସ ସୂଚନା ମିଳିପାରିନାହିଁ।ଏନେଇ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ ପାତ୍ର ଙ୍କୁ ପଚାରିବାରୁ ସୋମବାର ସନ୍ଧ୍ୟା ସୁଦ୍ଧା ଥାନାରେ ଏନେଇ କେହି ଏତଲା ଦେଇନଥିବା କହିଛନ୍ତି।ପୂର୍ବରୁ ପ୍ରଶାନ୍ତ ଙ୍କ ଜଣେ ସମ୍ପର୍କୀୟ ଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା।ଏହି ଘଟଣାରେ ପ୍ରଶାନ୍ତ ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।ଏହି ମାମଲାରେ ଜଣେ ଅଭିଯୁକ୍ତ ବିଚାରାଧୀନ ଅନ୍ତେବାସୀ ଭାବେ ବ୍ରହ୍ମପୁର ଜେଲ ରେ ଥିବା ଜଣାପଡ଼ିଛି।ଏହି କାରଣ କୁ ନେଇ ବୋମା ମାଡ଼ କରାଯାଇଥାଇପାରେ ବୋଲି ସନ୍ଦେହ କରାଯାଉଥିବା ଆଇଆଇସି କହିଛନ୍ତି।


