ପୁସ୍ତକ ଉନ୍ମୋଚନ ଓ ସାହିତ୍ୟ ସଭା ଅନୁଷ୍ଠିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ କେନାଲ ଛକ ଠାରେ କବିତା ପାଠ, ପୁସ୍ତକ ଉନ୍ମୋଚନ ଓ ସାହିତ୍ୟ ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍ ଗଣେଶ ପ୍ରସାଦ କରଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ନାଟ୍ୟ ଗୌରବ ତଥା ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟ ବାରିପଦାର ପୂର୍ବତନ ପରୀକ୍ଷା ନିୟନ୍ତ୍ରକ, ଡଃ.ଅଟଳ ବିହାରୀ ନାୟକ, ବିଶିଷ୍ଟ ଅତିଥି ଭାବେ ଅସୁରାଳୀ ବେଷ୍ଟ ଇଞ୍ଜିନୟରିଂ କଲେଜର ଅଧ୍ୟକ୍ଷ ରବିନ୍ଦ୍ର କୁମାର ଜେନା, ମୁଖ୍ୟ ବକ୍ତା ଭାବେ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ.ଶୁଭେନ୍ଦ୍ର କୁମାର ମିଶ୍ର, ସମ୍ମାନୀତ ଅତିଥି ତଥା ପୁସ୍ତକ ସମୀକ୍ଷକ ଭାବେ ଶିକ୍ଷାବିତ୍ ଜଗନ୍ନାଥ ପାତ୍ର, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ତଥା ସାହିତ୍ୟିକ ଚତୁର୍ଭୁଜ ପହି, ହୋମିଓପାଥିକ ଡାକ୍ତର ସୁରେନ୍ଦ୍ର କୁମାର ବିଶ୍ୱାଳ, ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା, ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାମଲ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଭିନ୍ନ ପ୍ରାନ୍ତରୁ ଆସିଥିବା କବି ଓ କବୟିତ୍ରୀ ମାନଙ୍କ ଦ୍ୱାରା ସ୍ୱରଚିତ କବିତା ପାଠ କରାଯାଇଥିଲା । ଏହି ଅବସରରେ ନିହାରିକା ରାଉତଙ୍କ ସ୍ୱରଚିତ କବିତା ସଙ୍କଳନ‘ସମ୍ଭବା’ ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଶିକ୍ଷକ ରମାକାନ୍ତ ଜେନା ମଞ୍ଚ ସଂଯୋଜନା କରିଥିବା ବେଳେ ଶିକ୍ଷକ ସୁକାନ୍ତ କୁମାର ବେହେରା ସହଯୋଗ କରିଥିଲେ । ପ୍ରାରମ୍ଭରେ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜେ୍ୱାଳନ ପୂର୍ବକ ସଭାକୁ ଉଦ୍ଘାଟନ କରାଯାଇଥିଲା । ପରେ ଟିଲୋ ଗ୍ରାମ ପଞ୍ଚାୟତର ପୂର୍ବତନ ପିଇଓ ସ୍ୱର୍ଗତ ଦୀଲିପ କୁମାର ରାଉତଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ପୂର୍ବତନ ସରପଞ୍ଚ ତଥା କବୟିତ୍ରୀ ନିହାରିକା ରାଉତଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରବୀର ରାଉତ, ସଂକଳ୍ପ ରାଉତ, ଅର୍ଶିବାଦ ରାଉତ, ଦେବାଶୀଷ ରାଉତଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।


