ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ର ପୁସ୍ତକ ଉନ୍ମୋଚନ, ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା
ବୁଗୁଡା,(ଅନୀଲ କୁମାର ମହାରଣା) : ବୁଗୁଡା ପିପୁଲସ୍ କଲେଜର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ସହଯୋଗରେ “ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ” ପକ୍ଷରୁ କଲେଜ ପରିସରରେ ପୁସ୍ତକ ଉନ୍ମୋଚନ, ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଗୌରୀପତି ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସାଧାରଣ ସମ୍ପାଦକ ଡକ୍ଟର ଶ୍ୟାମା ପ୍ରସାଦ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠାନର ଉପସଭାପତି ପୋଲସରା ନୁଣିଘାଟି ନିବାସୀ ସ୍ଵର୍ଗତ ପ୍ରଶାନ୍ତ ନନ୍ଦଙ୍କ ପାଇଁ ଅନୁଷ୍ଠିତ ଶୋକସଭାରେ ବର୍ଷୀୟାନ କବି ଅନନ୍ତ କର, ଅଶୋକ ନନ୍ଦ ଓ ବ୍ରହ୍ମପୁର ଶ୍ୱେତପଦ୍ମା ସାହିତ୍ୟ ସଂସଦର ସଭାପତି କବି ବିଜୟ ଚନ୍ଦ୍ର ମିଶ୍ର, “ସ୍ମୃତିର ଆଇନାରେ ପ୍ରଶାନ୍ତ” ବିନ୍ଦୁ ଉପରେ ନିଜର ଭାବପୂର୍ଣ୍ଣ ବକ୍ତବ୍ୟ ନୀରବ ପ୍ରାର୍ଥନା ପରେ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମର ୨ୟ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି, ନାଟ୍ୟକାର ତଥା ପିପୁଲସ କଲେଜର ପ୍ରିନ୍ସପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ର, ବରେଣ୍ୟ ଅତିଥିଭାବେ ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ, ବିଶିଷ୍ଟ ସଙ୍ଗଠକ ତଥା ବ୍ରହ୍ମପୁର ସାହିତ୍ୟ ପରିଷଦ ସଭାପତି ସୁଶାନ୍ତ ଦାଶ, ଅବସରପ୍ରାପ୍ତ ଅଧ୍ୟକ୍ଷ ଏବଂ ସମ୍ବାଦ ସାହିତ୍ୟ ଘର, ଭଞ୍ଜନଗରର ସଭାପତି କୃତ୍ତିବାସ ବିଶ୍ଵାଳ, ସମ୍ଭବ ସାହିତ୍ୟ ପରିବାର, ଭୁବନେଶ୍ୱରର ପ୍ରତିଷ୍ଠାତା ସମ୍ପାଦକ ଡକ୍ଟର ରୋଜାଲିନି ସେନାପତି, କବି ପ୍ରମୋଦ ଚନ୍ଦ୍ର ପାଢ଼ୀ, ଆଲୋଚକ ରୂପେ ତ୍ରିଧାରା ସାହିତ୍ୟ ସଂସଦ, ବ୍ରହ୍ମପୁରର ପ୍ରତିଷ୍ଠାତା ସମ୍ପାଦକ ଡକ୍ଟର ଲକ୍ଷ୍ମୀନାରାୟଣ ଦାଶ ଓ ସୁସାହିତ୍ୟିକ ଅଧ୍ୟାପକ ବିଭୂତି ଭୂଷଣ ମିଶ୍ର, ବୁଗୁଡ଼ା ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ଏବଂ ପ୍ରସାର ପାଇଁ ବୁଗୁଡ଼ାର ଭୂମିକା ସମ୍ପର୍କୀୟ ତଥ୍ୟ ପ୍ରଦାନକରିଥିଲେ। ଏହି ଅବସରରେ ଡକ୍ଟର ଶ୍ୟାମା ପ୍ରସାଦ ମିଶ୍ରଙ୍କ ପଞ୍ଚମ କବିତା ସଙ୍କଳନ “ମୁଁ ଏବଂ ମୋ କବିତା”, ବୈଷ୍ଣବ ଚରଣ ଦାଶଙ୍କ ୨ୟ ପ୍ରବନ୍ଧ ସଙ୍କଳନ “ସଂସ୍କୃତି ସଞ୍ଚୟନ”, ଡକ୍ଟର ରୋଜାଲିନି ସେନାପତିଙ୍କ “ବୋଉ” ଓ “କୃଷ୍ଣ ପ୍ରେୟସୀ”, ଇଂ.ପ୍ରସନ୍ନ କୁମାର ଦାଶଙ୍କ “ଆମ ପୌରାଣିକ ଚରିତ୍ର” ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗୀତାରେ ସଫଳ ଛାତ୍ରଛାତ୍ରୀଙ୍କ ସହ ଓଡ଼ିଆ ଭାଷା ସାହିତ୍ୟରେ ପିପୁଲସ କଲେଜରେ ସର୍ବାଧିକ ମାର୍କ ରଖିଥିବା ରୁଚିକା ଗୌଡ଼ ଓ ରୁଦ୍ର ପ୍ରତାପ ବିଷୋୟୀଙ୍କୁ ସମ୍ମାନୀତ କରାଯାଇଥିଲା । ଉଚ୍ଚତର ଗବେଷଣା କରି ଡକ୍ଟରେଟ ଡିଗ୍ରୀ ପାଇଥିବା ପିପୁଲସ୍ କଲେଜର ଅଧ୍ୟାପିକା ଡକ୍ଟର ରଶ୍ମିତା କୁମାରୀ ପଟ୍ଟନାୟକଙ୍କ ସହ ଦୁଇ ଜଣଙ୍କୁ ବିକ୍ଷିପ୍ତା ସମ୍ମାନ, ପାଞ୍ଚ ଜଣଙ୍କୁ ବିକ୍ଷିପ୍ତା ଜ୍ୟୋତି ସମ୍ମାନ, ଜଣଙ୍କୁ ବିକ୍ଷିପ୍ତା ସଙ୍ଗଠକ ସମ୍ମାନ, ଚାରି ଜଣଙ୍କୁ ବିକ୍ଷିପ୍ତା ଭଞ୍ଜ ସୌରଭ ସମ୍ମାନ ଏବଂ ଦୁଇ ଜଣଙ୍କୁ ବିକ୍ଷିପ୍ତା ନାରୀ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ବିକ୍ଷିପ୍ତାର ସମ୍ପାଦକ ବୈଷ୍ଣବ ଚରଣ ଦାଶ ବୈଦିକ ମନ୍ତ୍ର ପାଠ କରିଥିବା ବେଳେ କଲେଜର ଓଡ଼ିଆ ଅଧ୍ୟାପକ ଡକ୍ଟର ସଞ୍ଜୟ କୁମାର ପ୍ରଧାନ ସ୍ଵାଗତ ଭାଷଣ ଏବଂ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡକ୍ଟର ହିମାଂଶୁ ଶେଖର ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀଙ୍କ ସହ ଶ୍ୟାମାପଦ ହୋତା, ମାନସ କୁମାର ଦାଶ, ବସନ୍ତ ବିଷୋୟୀ, ଅଧ୍ୟାପକ ଅଶୋକ କୁମାର ସ୍ବାଇଁ, ବିଶ୍ୱଜିତା ରାଉତରାୟ ସ୍ଵାଗତ ସଙ୍ଗୀତ ଭଜନ ଏବଂ ଭଞ୍ଜ ସଙ୍ଗୀତ ପରିବେଷଣ କରିଥିଲେ। ଡକ୍ଟର ଶ୍ୟାମା ପ୍ରସାଦ ମିଶ୍ରଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଶତାଧିକ ଛାତ୍ରଛାତ୍ରୀ, କବି କବୟିତ୍ରୀ, ମହାବିଦ୍ୟାଳୟର ଅଧ୍ୟକ୍ଷ, ଓଡ଼ିଆ ଭାଷା ସାହିତ୍ୟ ବିଭାଗର ସମସ୍ତ ଅଧ୍ୟାପକ, ମହାବିଦ୍ୟାଳୟର କର୍ମଚାରୀ ଓ ସ୍ବେଛାସେବୀ ବୃନ୍ଦଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଅର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମର ସଫଳ ରୂପାୟନରେ ବିକ୍ଷିପ୍ତାର କାର୍ଯ୍ୟକାରୀ ସଭାପତି ବି.ଗୋବିନ୍ଦ ରାଓ, ଇଂ.ପ୍ରସନ୍ନ କୁମାର ଦାଶ, ଉପସଭାପତି ପ୍ରଭାତୀ ମଞ୍ଜରୀ ବେହେରା, ସମ୍ପାଦକ ବୈଷ୍ଣବ ଚରଣ ଦାଶ ଓ ଚିନ୍ମୟ କୁମାର ବେବର୍ତ୍ତାଙ୍କ ସହ ଲୋହରାଖଣ୍ଡି ସାହିତ୍ୟ ସଂସଦର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।


