ମେଡ଼ିକାଲ ନିକଟରେ ବେଧଡକ ଚୋରା ଦେଶୀ ମଦ କାରବାର
କାକଟପୁର,(ଗଣେଶ ଚନ୍ଦ୍ର ବେହେରା)- କାକଟପୁର ମେଡ଼ିକାଲ ନିକଟରେ ବେଆଇନ୍ ଭାବେ ବେଧଡକ ଚୋରା ଦେଶୀ ମଦ କାରବାର ଚାଲିଛି। ସବୁ ଜାଣି ଅଜଣା ରହିଛି କାକଟପୁର ପୋଲିସ୍ ଓ ଅବକାରୀ ପୋଲିସ୍। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ କଟକଣା ପଞ୍ଚାୟତର ଜୈନିକ ବ୍ୟକ୍ତି ଦୀର୍ଘ ଦିନ ଧରି ମେଡ଼ିକାଲ ଛକ ନିକଟରେ ବେଧଡକ ଭାବେ ଖୁଲମଖୁଲା ବେଆଇନ୍ ଭାବେ ଚୋରା ଦେଶୀ ମଦ ଆସ୍କା ଫର୍ଟି (ଗେଡି) ବେପାର କରୁଛି। ନିକଟରେ କାକଟପୁର ସ୍ବାସ୍ଥ୍ୟ କେନ୍ଦ୍ର, କଟକଣା ପଞ୍ଚାୟତ କାର୍ଯ୍ୟାଳୟ, ଶ୍ରୀ ସାଇ ହସ୍ପିଟାଲ, ୟୁକୋ ବ୍ୟାଙ୍କ ସହ ଅନ୍ୟାନ୍ୟ ଘରୋଇ ବ୍ୟବସାୟୀ ପ୍ରତିଷ୍ଠାନ ରହିଛି। ଯେଉଁଠିକୁ ଦୈନିକ ହଜାର ହଜାର ଲୋକ ଯିବା ଆସିବା କରନ୍ତି। କିନ୍ତୁ କାହାରିକୁ ଖାତିର ନକରି ଖୁଲମଖୋଲା ଭାବେ ଉକ୍ତ ବ୍ୟକ୍ତି ଚୋରା ଦେଶୀ ମଦ କାରବାର କରୁଥିବା ଦେଖିବାକୁ ମିଳିଛି। ଯାହା ଫଳରେ ମେଡ଼ିକାଲ, ପଞ୍ଚାୟତ, ବ୍ୟାଙ୍କ୍ ଓ ମାର୍କେଟ କୁ ଆସୁଥିବା ଯୁବ ପିଢ଼ି, ମହିଳା, ଛାତ୍ରଛାତ୍ରୀ, ମୁସଲମାନ ସମ୍ପ୍ରଦାୟ ଲୋକେ ପ୍ରଭାବିତ ହୋଇ ପାରନ୍ତି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଅଭିଯୋଗ କରିଛନ୍ତି। ସକାଳୁ ୧୦ଟା ଓ ଅପରାହ୍ନରୁ ରାତି ପର୍ଯ୍ୟନ୍ତ ନିଜର ପସରା ମେଲାଇ ବେପାର କରୁଥିବା ଦେଖିବାକୁ ମିଳୁଛି। ଉକ୍ତ ବ୍ୟକ୍ତି ପୋଲିସ୍ ଓ ଅବକାରୀ ପୋଲିସ୍ କେହି କିଛି କରି ପାରିବେ ନାହିଁ ବୋଲି ସ୍ଥାନୀୟ ଲୋକଙ୍କୁ କହୁଥିବା ସେଠାକାର ଲୋକେ ନିଜ ପରିଚୟ ଗୋପନ ରଖି ସୁଚନା ଦେଇଛନ୍ତି। ଏଣୁ ସ୍ଥାନୀୟ ପୋଲିସ ଓ ଅବକାରୀ ପୋଲିସ୍ ଚଢାଉ କରି ଉକ୍ତ ବ୍ୟକ୍ତିକୁ ଗିରଫ କରିବାକୁ ସାଧାରଣରେ ଦାବି ହେଉଛି।