ବ୍ରାଉନସୁଗାର ଜବତ, ୨ ଗିରଫ

ହାଟଡିହି, (ଓ୍ବାଇଏନଏସ) : କେନ୍ଦୁଝର ଜିଲା ହାଟଡିହି ଅଞ୍ଚଳରେ ବ୍ରାଉନସୁଗାର କାରବାର ବ୍ୟାପକ ହେବାରେ ଲାଗିଛି। ବିଭିନ୍ନ ସମୟରେ ବ୍ରାଉନ ସୁଗାର ଯୋଗାଣ କାରି ଗିରଫ ହେଉଥିଲେ ମଧ୍ୟ ସେମାନେ କାହାକୁ ଯୋଗାଉ ଛନ୍ତି ତାଙ୍କୁ ଠାବ କରିବାରେ ବିଫଳ ହୋଇଛି ପୋଲିସ। ଗତକାଲି ନନ୍ଦିପଦା ପୁଲିସ ହାଟଡିହି ନିକଟରେ ଚଢ଼ଉ କରି ୨ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨ଗ୍ରାମ ୫୦୦ ମିଲିଗ୍ରାମ୍ ବ୍ରାଉନ ସୁଗାର ଜବତ କରିଛି।ବ୍ରାଉନ ସୁଗାର କାରବାର ନେଇ ପୂର୍ବ ସୂଚନା ଅନୁଯାୟୀ ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତିଙ୍କ ନେତୃତ୍ବରେ ପାଟ୍ରୋଲିଂ ଚାଲିଥିବା ବେଳେ ଘସିପୁରା ଅଞ୍ଚଳର ଦୁଇ ଯୁବକ ସୋୟଙ୍ଗ ପତି ଓ ଶ୍ରୁତି ଦାସ  ବ୍ରାଉନ ସୁଗାର ନେଇ ବେପାରୀଙ୍କୁ ଦେବାକୁ ହାଟଡିହିକୁ ଆସିଥ‌ିବା ବେଳେ ନନ୍ଦିପଦା ପୁଲିସ ସେମାନଙ୍କୁ ମାଡ଼ି ବସିଥିଲା। ସେମାନଙ୍କ ଠାରୁ ୨ଗ୍ରାମ ୫୦୦ ମିଲିଗ୍ରାମ୍ ବ୍ରାଉନ ସୁଗାର ଜବତ କରାଯିବା ସହ ଗିରଫ କରା ଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ