ବ୍ରାଉନସୁଗାର ଜବତ, ଜଣେ ଗିରଫ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଟାଉନଥାନା ପୋଲିସ ଗୋପ ନିକଟରୁ ଜଣେ ସଦିଗ୍ଧ ଯୁବକଙ୍କ ପାଖରୁ ବ୍ରାଉନସୁଗାର ପ୍ୟାକେଟ ଜବତ୍ କରିବା ସହ ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କେନ୍ଦ୍ରାପଡା ଟାଉନଥାନା ପୋଲିସ ଚଢାଉ କରି ଗୋପ ଗ୍ରାମର ନାରାୟଣ ପରିଡାଙ୍କ ପୁଅ ଜ୍ଞାନଦୀପ ପରିଡାଙ୍କ ପାଖରୁ ୮.୬୨ଗ୍ରାମର ବ୍ରାଉନସୁଗାର ଜବତ କରି ତାଙ୍କୁ ଗିରଫ କରିଥିଲା । ଏନେଇ ଥାନା କେଶ ନଂ ୧୯୮/୨୦୨୫ରେ ଏକ ମାମଲା ରୁଜୁ କରି ନିଶାଦ୍ରବ୍ୟ ନିରୋଧ ଆଇନର ଧାରା ୨୧(ବି)ଦଫାରେ ଜ୍ଞାନଦୀପ ପରିଡା(୩୪)ଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରାଯାଇଥିବା ଟାଉନଥାନା ଅଧିକାରୀ ଦୀଲିପ କୁମାର ସାହୁ ସୂଚନା ଦେଇଛନ୍ତି।