ହାଟଡିହି ଅଞ୍ଚଳରେ ବ୍ରାଉନ ସୁଗର କାରବାର ବୃଦ୍ଧି, ଶିକ୍ଷକଙ୍କୁ ଧରି ପୁଲିସ ଜିମା ଦେଲେ ଲୋକେ

ହାଟଡିହି (ଓ୍ବାଇଏନଏସ) ଏବେ କେତେକ ସ୍ଥାନରେ ଶିକ୍ଷକ ମାନେ ଦିନକୁ ଦିନ କଳୁଷିତ ହୋଇ ପଡ଼ୁଛନ୍ତି। ପ୍ରତିଦିନ ଖବର କାଗଜର ପୃଷ୍ଠା ଲେଉଟାଇଲେ କେଉଁଠି ନା କେଉଁଠି ଜଣେ ଶିକ୍ଷକଙ୍କ କଳା କାରନାମା ସମ୍ପର୍କରେ ଦେଖିବାକୁ ମିଳୁଛି। ହାଟଡିହି ବ୍ଲକର ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକ ବ୍ରାଉନ ସୁଗାର କାରବାର ବେଳେ ଭଦ୍ରକ ଅଞ୍ଚଳରେ ଧରା ପଡ଼ିବା ଘଟଣା ସମଗ୍ର ବ୍ଲକ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାରୁ ଜଣାଯାଇଛି ଯେ ଏହି ଶିକ୍ଷକ ଜଣକ ଅନ୍ଯ ଜଣେ ସାଥିଙ୍କ ସହ ବ୍ରାଉନ ସୁଗାର ପାଇଁ ଭଦ୍ରକ ଯାଇଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ କାବୁ କରି ପୋଲିସ୍ ଜିମା ଦେଇଥିଲେ। ପରେ ଯଦିଓ ସେ ଜାମିନରେ ଆସିଛନ୍ତି। ଏବେ ହାଟଡିହି ଅଞ୍ଚଳରେ ଚୋରା ମାଦକ ଦ୍ରବ୍ୟର ବ୍ୟାପକ କାରବାର ହେଉଛି। ମଦ , ଗଞ୍ଜେଇ, ବ୍ରାଉନ ସୁଗାର ଭଳି କାରବାର ବୃଦ୍ଧି, ପାଇବା ଯୋଗୁଁ ଯାହାଦ୍ଵାରା ଆଜିର ଯୁବ ପୀଢ଼ି ବିପଥ ଗାମୀ ହେଉଛନ୍ତି। ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗ ଏଥିପ୍ରତି ଗୁରୁତ୍ବ ଦେବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ