ବିଏସ୍‌ପିର ବୁଦ୍ଧପୂର୍ଣ୍ଣିମା ପାଳିତ

ବାଲେଶ୍ୱର(ଓ୍ବାଇଏନଏସ): ବହୁଜନ ସମାଜ ପାର୍ଟିର ଗତ ୧୨ ତାରିଖ ସନ୍ଧ୍ୟା ୬ଟାରେ ଆମ୍ବେଦକର ଭବନଠାରେ ମହାକାରୁଣିକ ଗୌତମ ବୁଦ୍ଧଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ପାର୍ଟିର ବହୁ କର୍ମକର୍ତ୍ତା ଯୋଗ ଦେଇ ନିଜନିଜର ବକ୍ତବ୍ୟ ରଖିଥିଲେ। ବି.ଏସ୍‌.ପି. ଜିଲ୍ଲା ସଭାପତି ଡାକ୍ତର ମନୋଜ କିଶୋର ମାଝୀ ବୁଦ୍ଧଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କହିଥିଲେ, “ଗୌତମ ବୁଦ୍ଧଙ୍କ ଜନ୍ମ ସମୟରେ ଭାରତ ଏପରି ଅନ୍ଧବିଶ୍ୱାସ ଓ କୁସଂସ୍କାରରେ ପରିପୂର୍ଣ୍ଣ ଥିଲା, ଜନସମୁଦାୟଙ୍କୁ ସମସ୍ତ ପ୍ରକାର ଜ୍ଞାନରୁ ବଞ୍ôଚତ କରାଯାଇଥିଲା। ଏଭଳି ଏକ ସମୟରେ ବୁଦ୍ଧଙ୍କ ବିଚାର ମଣିଷ ସମାଜକୁ ଆଲୋକ ଦେଖାଇଛି। ତାଙ୍କର ବିଚାର (ପ୍ରଜ୍ଞା, ଶୀଳ, କରୁଣା) ସମଗ୍ର ବିଶ୍ୱରେ ଆଦୃତ ଓ ସମ୍ମାନିତ ହୋଇଛି। ତାଙ୍କ ଦ୍ୱାରା ସ୍ଥାପିତ ଧମ୍ମ ବୌଦ୍ଧ ଧମ୍ମ ନାମରେ ପରିଚିତ। ଏହି ଧମ୍ମ ମାନବତାବାଦୀ, ତର୍କ ଆଧାରିତ ତଥା ଜ୍ଞାନ ବିଜ୍ଞାନ ସମ୍ମତ ଅଟେ। ବିଶିଷ୍ଟ ସମାଜସେବୀ ଆଲୋକ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ବୌଦ୍ଧ ବିଚାରରେ କୌଣସି ଅଲୌକିକ ଶକ୍ତି, ସ୍ୱର୍ଗ, ନର୍କ, ଭାଗ୍ୟ, ଭଗବାନଙ୍କୁ ଗୁରୁତ୍ୱ ଦିଆଯାଇନଥାଏ। ବରଂ ମଣିଷକୁ ତଥା ତା’ର ଶ୍ରେଷ୍ଠ ଗୁଣଗୁଡ଼ିକୁ ଗୁରୁତ୍ୱ ପ୍ରଦାନ କରାଯାଇଥାଏ। ଏହି ମହାନ ବିଚାର ଭାରତରୁ ଉଦ୍ଭବ ହୋଇ ସମଗ୍ର ବିଶ୍ୱରେ ପ୍ରଚାରିତ ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଏହି ବିଚାରଠାରୁ ଦୂରେଇ ଆଜି ଦେଶରେ ଘୃଣା, ଦ୍ୱେଷ, ହିଂସା, ପରଶ୍ରୀକାତରତା, ହୀନମନ୍ୟତା ଆଦି ବିସ୍ତାରିତ ହେଉଛି। ଫଳରେ ଦେଶ ଧୀରେଧୀରେ ନିମ୍ନାଭିମୁଖୀ ହୋଇ ମଣିଷପଣିଆ ହରେଇଚାଲିଛି। ବିଶିଷ୍ଟ କବି ସନ୍ନ୍ୟାସୀ ପାତ୍ର ନିଜ ବକ୍ତବ୍ୟରେ କହିଥିଲେ ବୁଦ୍ଧଙ୍କ ବିଚାରକୁ ଯେଉଁ ଦେଶ ଆପଣେଇଛି ସେ ଦେଶ ବିଶ୍ୱରେ ଶ୍ରେଷ୍ଠ ରୂପେ ପରିଗଣିତ ହୋଇଛି। ଏଣୁ ଆଜି ଏଠାରେ ଉପସ୍ଥିତ ହୋଇଥିବା ବୁଦ୍ଧଙ୍କ ସମସ୍ତ ଅନୁଗାମୀ ପ୍ରତିଜ୍ଞାବଦ୍ଧ ହୋଇ ସମତା, ସ୍ୱତନ୍ତ୍ରତା, ବନ୍ଧୁତା, ନ୍ୟାୟ, ଦୟା, କରୁଣା ଓ ପ୍ରଜ୍ଞା ଭଳି ଗୁଣର ଅଭ୍ୟାସ କରି ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଢ଼ିବା ସହିତ ସମଗ୍ର ବିଶ୍ୱରେ କିପରି ଶାନ୍ତି ପ୍ରତିଷ୍ଠା ହୋଇପାରିବ ସେଥିପାଇଁ ଚେଷ୍ଟା କରିବା। ସଭାସ୍ଥଳ ‘ବୁଦ୍ଧଂ ଶରଣଂ ଗଚ୍ଛାମି’, ‘ସଂଘଂ ଶରଣଂ ଗଚ୍ଛାମି’, ‘ଧମ୍ମଂ ଶରଣଂ ଗଚ୍ଛାମି’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା। ଏହି ଜୟନ୍ତୀ କାର୍ଯ୍ୟକ୍ରମକୁ ସଫଳ କରିଥିôବା ବ୍ୟକ୍ତିମାନଙ୍କ ମଧ୍ୟରୁ ସର୍ବଶ୍ରୀ ବିହାରୀ ଲାଲ୍ ମାଝୀ, ବ୍ରଜ ମୋହନ ମାଝୀ, ସରୋଜ ବେହେରା, ଦିଲ୍ଲୀପ ମାଝୀ, ଅଭିମନ୍ୟୁ ଦାସ, ତିଳୋତ୍ତମା ସେଠୀ ଓ ଜୟନ୍ତୀ ବେହେରା ଅନ୍ୟତମ। ସର୍ବଶେଷରେ ନେତ୍ରୀ ଆରତୀ ମାଝୀ ସମସ୍ତଙ୍କୁ ‘ନମଃ ବୁଦ୍ଧାୟ’ କହି ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ