ମାଣିତରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ବଜେଟ ଅନୁମୋଦନ
ବୁଗୁଡା, (ଅନୀଲ କୁମାର ମହାରଣା) : କରୁଣା ଟ୍ରଷ୍ଟ ଦ୍ୱାରା ପରିଚାଳିତ ମାଣିତରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ( ପୂର୍ବତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର) ଜନ ଆରୋଗ୍ୟ ସମିତି ର ଗଭର୍ଣ୍ଣିଙ୍ଗ ବଡ଼ି ମିଟିଙ୍ଗ ଅଗଷ୍ଟ ୨୯ ତାରିଖ ଦିନ ଅନୁଷ୍ଠିତ ହୋଇ ବଜେଟ ଗୃହିତ ହୋଇଯାଇଛି। ଏହି ବୈଠକରେ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ତଥା ସମିତିର ସଭାପତି ଗଙ୍ଗାପାଣି ଜେନା ଅଧ୍ୟକ୍ଷତା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସୁପରିଟେଣ୍ଡଟ ଡାକ୍ତର ସ୍ୱାତୀ ପ୍ରଧାନ, ମାଣିତରା ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ମେଡ଼ିକାଲ ଅଫିସର ଡାକ୍ତର ଦୟାନିଧି ରାଉତ ଓ ଆୟୁଷ ମେଡ଼ିକାଲ ଅଫିସର ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ, ମାଣିତରା ପଞ୍ଚାୟତ ସମିତି ମେମ୍ବର ଜୟଦେବ ପ୍ରଧାନ, ସଙ୍କୁରୁ ପଞ୍ଚାୟତ ସମିତି ମେମ୍ବର ବିଷ୍ଣୁ ପରିଡା, ବିଏଏମ ସଞ୍ଜୟ କୁମାର ବରାଡ଼, ସମାଜସେବୀ ତଥା ସାମ୍ବାଦିକ ଅନିଲ କୁମାର ମହାରଣା, ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ, ଜୟଦେବ ରାଉତ, ଫାର୍ମାସିଷ୍ଟ ସରୋଜ କୁମାର ପଟ୍ଟନାୟକ, ଟେକିନସିଆନ କାଳୀ ପ୍ରସାଦ ସାହୁ, ନର୍ସିଂ ଅଫିସର ଗଙ୍ଗା ସାହାଣୀ, ଏଏନଏମ କୃଷ୍ଣ ପ୍ରିୟା ପଣ୍ଡା, ଏସଏସପିସି ଚିତ୍ତରଞ୍ଜନ ପ୍ରଧାନ ଏହି ବୈଠକରେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ମାଣିତରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ସ୍ୱାସ୍ଥ୍ୟ କେନ୍ଦ୍ର) ର ଉନ୍ନତି ପାଇଁ ମାନ୍ୟବର ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ଓ କମିଟିର ସଭାପତି ତଥା ସ୍ଥାନୀୟ ଜିଲ୍ଲା ପରିଷଦ ମେମ୍ବର ଗଙ୍ଗାପାଣି ଜେନା ଅନୁଦାନ ଅର୍ଥ ପ୍ରଦାନ କରିଥିବା ଯୋଗୁଁ ସଭା ପକ୍ଷରୁ କୃତଜ୍ଞତା ପ୍ରଦାନ କରାଯାଇଥିଲା। ଆଲୋଚନା ପରେ ସର୍ବସମ୍ମତି କ୍ରମେ ବଜେଟ ଗୃହୀତ ହୋଇଥିଲା।