ଫେବୃୟାରୀ ୭, ୮ ଓ ୯ ତାରିଖ ବୁଦ୍ଧଖୋଲ ମହୋତ୍ସବ
ବୁଗୁଡା, (ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ବୁଗୁଡା ନିକଟସ୍ଥ ପ୍ରସିଦ୍ଧ ପଞ୍ଚ ଶୈବପୀଠ ତଥା ପର୍ଯ୍ୟଟନ କ୍ଷେତ୍ର ବୁଦ୍ଧଖୋଲ ପାଦଦେଶର ମହୋତ୍ସବ ପଡ଼ିଆରେ ୨୦୨୬ ବୁଦ୍ଧଖୋଲ ମହୋତ୍ସବ, ଫେବୃୟାରୀ ୭, ୮ ଓ ୯ ତାରିଖ ତିନିଦିନ ପାଇଁ ଅନୁଷ୍ଠିତ ହେବାକୁଯାଉଅଛି। ପୋଲସରା ବିଧାୟକ ତଥା ବୁଦ୍ଧଖୋଲ ମହୋତ୍ସବ କମିଟି ସଭାପତି ଓଡିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ମହୋତ୍ସବରେ ଅଧ୍ୟକ୍ଷତା କରୁଥିବା ବେଳେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଏବଂ ଆସିକା ସାଂସଦ ଅନିତା ଶୁଭଦର୍ଶନୀଙ୍କ ସମେତ ବହୁ ବିଧାୟକ ଓ ସରକାରୀ ଅଧିକାରୀ ବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଅଛି। ମହୋତ୍ସବର ୭ ତାରିଖ ଦିନ ସନ୍ଧ୍ୟାରେ ମଣ୍ଟୁ ଛୁରିଆଙ୍କ ଟିମ, ୮ ତାରିଖ ଦିନ ସତ୍ୟଜିତ ପ୍ରଧାନଙ୍କ ଟିମ ଓ ୯ ତାରିଖ ଦିନ ଇରା ମହାନ୍ତିଙ୍କ ଟିମ ଯୋଗଦେବା ସହ ଆଞ୍ଚଳିକ କଳାକାର ବୃନ୍ଦ ଯୋଗଦେଇ ବୁଦ୍ଧଖୋଲ ମହୋତ୍ସବକୁ ଆକର୍ଷଣୀୟ କରି ଦର୍ଶନମାନଙ୍କ ମନୋରଞ୍ଜନ କରିବାର କାର୍ଯ୍ୟକ୍ରମ ରହିଅଛି।


