ବୁଗୁଡ଼ା କୃଷି ବିଭାଗ ପକ୍ଷରୁ ୭ ମହିଳା ଗୋଷ୍ଠୀକୁ ସହାୟତା ରାଶି ପ୍ରଦାନ
ବୁଗୁଡ଼ା (ଅନୀଲ କୁମାର ମହାରଣା): କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଆନୁକୂଲ୍ୟରେ କୃଷି ବୈଷୟିକ ପରିଚାଳନା ସଂସ୍ଥା ତରଫରୁ ବୁଗୁଡ଼ା ବ୍ଲକର ୭ ଗୋଟି ମହିଳା ଗୋଷ୍ଠୀକୁ ସହାୟତା ରାଶି ଓ ୩୧ ଜଣ କୃଷକଙ୍କୁ କାର୍ଯ୍ଯାଦେଶ ପତ୍ର କୃଷି ବିଭାଗ କାର୍ଯ୍ୟାଳୟରେ ୦୪/୦୮/୨୫ ତାରିଖ ଦିନ ପ୍ରଦାନ କରାଯାଇଛି। ମହିଳା ମାନେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକରି ନିଜେ ସ୍ବାବଲମ୍ବୀ ହେବା ସହିତ ନିଜ ପରିବାର ପ୍ରତିପୋଷଣ କରୁଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସହାୟତା ରାଶି ପାଇବା ଦ୍ବାରା ସେମାନେ ଆହୁରି ଆଗକୁ ବଢି ପାରିବେ ବୋଲି ଆଶା ରଖିଛନ୍ତି। ଏହି ଅବସରରେ ଆତ୍ମାର ଅଧ୍ୟକ୍ଷ ସନ୍ତୋଷ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲାବେଳେ ବୁଗୁଡ଼ା ବ୍ଲକ ବିଧାୟକ ପ୍ରତିନିଧି ହରି କୃଷ୍ଣ ସାହୁ, ବୁଗୁଡ଼ା ବ୍ଳକ କୃଷି ଅଧିକାରୀ ହରପ୍ରିୟା ବେହେରା, ପ୍ରାଣୀଧନ ଚିକିତ୍ସାଧିକାରୀ ସୁଧାଂଶୁ ଶେଖର ରାଉତ, ଅତିରିକ୍ତ ଉଦ୍ୟାନ ଅଧିକାରୀ ଏମ୍ ଦେବାଶିଷ ଦୋରା, ଆତ୍ମାର ଟେକ୍ନିକାଲ ମ୍ଯାନେଜର ଅମରେନ୍ଦ୍ର ମହାପାତ୍ର, ମତ୍ସ୍ୟ ପାଳନ ଅଧିକାରୀ ସଂସ୍କୃତି ପଦ୍ରା, ସାହାୟକ ବୈଷୟିକ ପରିଚାଳକ ପ୍ରଶାନ୍ତ ସାହୁଙ୍କ ସମେତ ଆତ୍ମାର ସମସ୍ତ ସଦସ୍ୟ ଓ କୃଷି ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।