ନାଗାବଳି ଓ କଲ୍ୟାଣୀ ନଦୀକୂଳରେ ପଥର ପେକିଙ୍ଗ ଅଧାରେ ଛାଡି ଚାଲିଗଲେ ଠିକାଦାର

କଲ୍ୟାଣସିଂହପୁର( ଏଙ୍କେଟେଶ୍ୱର ପାଢ଼ୀ): ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ନାଗାବଳି ଓ କଲ୍ୟାଣୀ ନଦୀ ଦୁଇପାର୍ଶ୍ଵରେ ନିର୍ମାଣ ହେଉଥିବା  ପଥର ପେକିଙ୍ଗ କାର୍ଯ୍ୟ ଅତି ନିମ୍ନମାନର ହେଉଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି। ଏହିବ୍ଲକର ତିନୋଟି ବୁଡ଼ାଗୁଡା ପଞ୍ଚାୟତ କୁମ୍ଭାରଗୁଡା ଗ୍ରାମ, କଲ୍ୟାଣୀ ନଦୀର  ସାନ ବ୍ରାହ୍ମଣ ସାହି  ବୁଲାଣି ଓ  ମାଳତି ସାହି ଠାରୁ କଣ୍ଡା ସାହି ପଛପଟ ନିକଟସ୍ଥ ନାଗାବଳି ନଦୀକୂଳରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଆନୁମାନିକ ପ୍ରାୟ ଛଅ କୋଟି ଟଙ୍କାରୁ ଅଧିକ ବ୍ୟୟରେ ପଥର ପେକିଙ୍ଗ କାର୍ଯ୍ୟ କରାଯାଇଛି। ଏହି କାର୍ଯ୍ୟ ଅତି ନିମ୍ନମାନର କରାଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। କାର୍ଯ୍ୟ ଗତ ବର୍ଷ ଆରମ୍ଭ ହୋଇଥିଲେ ମଧ୍ୟ୍ୟ ଛଅ ମାସ ମଧ୍ୟ ଗଲା ନାହିଁ ଭାଙ୍ଗି ରୁଜି ଗଲାଣି। ଏମିତିକି ଅଧା ରୁ କାର୍ଯ୍ୟ ଛାଡି ଠିକାଦାର ଛାଳିଗଲେଣି। ପ୍ରାୟ ଚାରିମାସ ହେବ କାର୍ଯ୍ୟ ବନ୍ଦ ରହିଛି। ଜଳ ସମ୍ପଦ ବିଭାଗ ର ଅଧିକାରୀ ରାୟଗଡା ଜିଲ୍ଲାରେନ ରହି ଗଜପତି ଜିଲ୍ଲାରେ ରହିଥିବାରୁ କୋଟି କୋଟି ଟଙ୍କାର କାର୍ଯ୍ୟ ତଡାରଖ ହେଉନଥିବାରୁ ଠିକାଦାର ନିମ୍ନମାନର କାର୍ଯ୍ୟକରୀ ଚାଲି ଯାଇଛନ୍ତି ବୋଲି ଅଞ୍ଚଳବାସୀ ମନରେ ପ୍ରଶ୍ନ ଉଠୁଛି । ନଦୀ କୁଳ ଖାଉଥିବାରୁ ବିଭିନ୍ନ ସମୟରେ ନଦୀ ଗ୍ରାମ ଭିତରେ ପଶିବା ସହ ଗତି ପଥ ବଦଳାଇ ଦେଉଥିବାରୁ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ଏହି କାର୍ଯ୍ୟ ଟେଣ୍ଡର ମାଧ୍ୟମରେ କରାଯାଇଥିଲେ ମଧ୍ୟ କୌଣସି ସ୍ଥାନରେ ସୂଚନା ଫଳକ ଲଗା ଯାଇନଥିବାରୁ ଲୋକେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏଥିରୁ ସ୍ପଷ୍ଟ ଜଣା ପଡୁଛି ଠିକାଦାର ଓ ବିଭାଗୟ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକାରେ ଚାଲିଥିବା ଅଭିଯୋଗ ହୋଇଛି। ନଦୀକୂଳରେ ପଥର ପକାଇବା ବେଳେ ପଥର ନ ଖଷିବା ପାଇଁ କୂଳରେ ତିନି ଫୁଟ ଖୋଳି ପଥର ସଜାଈ ରଖିବା କଥା କିନ୍ତୁ ସେମିତି କିଛି କରୁନାହାନ୍ତି ଠିକାଦାର ଜଣକ। ବର୍ଷା ଦିନରେ ନଦୀରେ ପାଣି ବଢ଼ିବା ପରେ ପଥର ଖସି ନଦୀରେ ଲୀନ ହୋଇଯିବ ବୋଲି ଅଞ୍ଚଳବାସି ଅଭିଯୋଗ କରିଛନ୍ତି। ସେହିପରି ପଥର ପେକିଙ୍ଗ ସମୟରେ ଭଲ ଭାବେ କାର୍ଯ୍ୟ କରୁନଥିବାରୁ ବିଭିନ୍ନ ସ୍ଥାନରେ ପଥର ଦବିଯାଇ ଭାଙ୍ଗିରୁଜି ଗଲାଣି।  କେତେ  ସ୍ଥାନରେ ପଥର ଗୁଡିକ ବାହାରେ ଏଣେ ତେଣେ ଫିଙ୍ଗିବା ଯୋଗୁଁ ନଦୀକୁ ଯିବା ପାଇଁ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି । ଏମିତିକି କଲ୍ୟାଣୀ ନଦୀ ଓଁ ନାଗାବଳି ନଦୀରେ କିଛି ସ୍ଥାନରେ ପଥର ପେକିଙ୍ଗ ହୋଇଥିବା ବେଳେ ଅନେକ ସ୍ଥାନରେ ପଥର ନପକାଇ ଚାଲି ଯାଇଛନ୍ତି ଠିକାଦାର ଉଭୟେ।ବର୍ଷା କାଳ ନଆସିବ ପୂର୍ବରୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା ବେଳେ କାର୍ଯ୍ୟ ଶେଷ ହେବା ବେଳକୁ କଣ ପଥର ଥିବକି ନାହିଁ ତାହା ସନ୍ଦେହେ ପ୍ରକାଶପାଇଛି । ଏଣୁ ଜିଲ୍ଲା ପ୍ରଶାସନ ଦୃଷ୍ଟଦେବା ସହ ଭିଜିଲାନ୍ସ ତଦନ୍ତ ପାଇଁ ଦାବି ହୋଇଛି।ପ୍ରକାଶଥାଉ କି ୨୦୧୭ ମସିହା ଜୁଲାଇ୧୬ ତାରିଖରେ  କଲ୍ୟାଣୀ, ନାଗାବଳୀ ନଦୀର କରାଳ ବନ୍ୟା ଆସି ଅଭୂଲା ସ୍ମୃତି ହୋଇ ରହିଛି  ମନେ ପଡ଼େ ସେ କାନ୍ଦ ବୋବାଳି ମନେ ପଡେ ସେ ଛେଳି ମେଣ୍ଡା ଗାଈ ଗୋରୁ ଛୁଆଙ୍କ କଥା ଆଖି ଆଗରେ ହଜାର ହଜାର ବନ୍ୟାରେ ଜୀବନ ଚାଲି ଯିବା କଥା। ଉପର ମୁଣ୍ଡ ରେ ଲଗାଣ ବର୍ଷା ଯୋଗୁଁ ଗର୍ଜନ କରି ମାଡି ଆସିଥିଲା ବନ୍ୟା ଜଳ ଆଉ ସୁଷ୍ଟି ହୋଇ ଥିଲା ଭୟଙ୍କର ପରିସ୍ଥିତି ।ଅନେକସ୍ଥାନରେ  ବନ୍ୟାପାଣି ଜଳମଗ୍ନ ହେବା ଯୋଗୁଁ ବହୁ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ  ସହିତ ଲକ୍ଷ ଲକ୍ଷ ଟଙ୍କା ର ଜିନିଷ ପତ୍ର ନଷ୍ଟ ହେବା ସହ ଘର ଭିତରକୁ ପାଣିପଶି ଘର ଦୁଆର ଭାଙ୍ଗି ଚୁର୍ ମାର ହୋଇ ଯାଇଥିଲା। ଏହାକୁ ଦୁଷ୍ଟି ରେ ରଖି କଲ୍ୟାଣି ଓ ନାଗାବଳୀ ନଦୀରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି କୂଳରେ ପଥର ପେକିଙ୍ଗ କରୁଥିବା ବେଳେ ତାହା ପୁଣି ନିମ୍ନ ମାନର ବୋଲି ଅଭିଯୋଗ କରିଛନ୍ତି  ସ୍ଥାନୀୟ ବାସିନ୍ଦା ବର୍ତ୍ତମାନ ସାମାନ୍ୟ  ବର୍ଷା ରେ ଭାଙ୍ଗି ରୋଜି ଗଲା ନି ଆଉ ଏ କଣ ନଦୀରେ ବନ୍ୟାଜଳ  ଆସିଲେ ସମ୍ବାଳି ପାରିବ ବୋଲି  ଗ୍ରାମବାସୀ ପ୍ରଶ୍ନ କହିଛନ୍ତି  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ