ଗଜପତିରେ ବିଷାକ୍ତ ଛତୁ ଖାଇ ପୁଣି ଜଣେ ଗୁରୁତର

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ମୋହନା ବ୍ଲକରେ ବିଷାକ୍ତ ଛତୁ ଖାଇ ପୁଣି ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଅଡବା ଥାନା ନିକଟସ୍ଥ ପାଣିଗଣ୍ଡା ଗ୍ରାମରେ ବିଷାକ୍ତ ଛତୁ ଖାଇ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ ଗ୍ରାମର ସୁବାସ ଦଣ୍ଡସେନା। ସୁବାସ ଗତକାଲି ସକାଳେ ଜଙ୍ଗଲରୁ ଛତୁ ଆଣି ରୋଷେଇ କରି ଖାଇଥିଲେ. ଏହାର କିଛି ସମୟ ପରେ ବାନ୍ତି କରି କରିବା ସହ ଅଚେତ ହୋଇଯାଇଥିଲେ | ପରିବାର ଲୋକେ ତାଙ୍କୁ ଅଡ଼ବା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ଚିକିତ୍ସା କରାଯାଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ