କ୍ୟାବିନେଟ୍ ବୈଠକ : କଟକ-ଭୁବନେଶ୍ୱର ବାଇପାସ୍ ରୋଡ୍ କୁ କେନ୍ଦ୍ର କ୍ୟାବିନେଟର ମୋହର

ଭୁବନେଶ୍ୱର: (ସମୀର ରଞ୍ଜନ ନାୟକ )ପୁଣି ଥରେ ଓଡ଼ିଶାବାସୀଙ୍କୁ ଖୁସି ଖବର ଦେଇଛନ୍ତି କେନ୍ଦ୍ର ସରକାର । ଦୀର୍ଘ ଦିନ ହେବା ଦାବି ହୋଇଆସୁଥିବା କଟକ-ଭୁବନେଶ୍ୱର ବାଇପାସ୍ ରୋଡ୍ କୁ କେନ୍ଦ୍ର କ୍ୟାବିନେଟର ମୋହର ଲାଗିଛି । ଓଡ଼ିଶାରେ କ୍ୟାପିଟାଲ ରିଜିଅନ ରିଙ୍ଗ୍‌ ରୋଡ୍‌ ପାଇଁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି ।  ଏହି ୬ ଥାକିଆ ବିଶିଷ୍ଟ ୧୧୦ କିଲୋମିଟର ୮୭୫ ମିଟର୍ ଦୀର୍ଘ ରିଙ୍ଗ ରୋଡ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି । ଏଥିପାଇଁ ୮ ହଜାର ୩୦୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ ମିଳିଛି ।ରିଙ୍ଗ ରୋଡ ନିର୍ମାଣ ହେବା ଫଳରେ ଭୁବନେଶ୍ବର-କଟକ ମଧ୍ୟରେ ଭାରୀ ବ୍ୟବସାୟିକ ଯାନ ପ୍ରବେଶ ନିୟନ୍ତ୍ରଣ ହେବ। ସହର ମଧ୍ୟକୁ ଭାରୀ ଯାନ ପ୍ରବେଶ ବଦଳରେ ଏହା ବାଇପାସରେ ଚଳାଚଳ କରିବ। ଏହା ମାଧ୍ୟମରେ ୩ଟି ମୁଖ୍ୟ ଜାତୀୟ ରାଜପଥNH-55, NH-57, NH-655 ଏବଂ ଗୋଟିଏ ରାଜ୍ୟ ସଡକ ମଧ୍ୟରେ ସଂଯୋଗକୁ ସୁନିଶ୍ଚିତ କରିବଏହି କ୍ୟାପିଟାଲ ରିଜିୟନ ରିଙ୍ଗ ରୋଡ କେବଳ ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାରେ ଯାତାୟାତକୁ ସୁବିଧାଜନକ କରିବ ନୁହେଁ, ବରଂ ଆର୍ଥିକ ବୃଦ୍ଧି, ଶିଳ୍ପୀୟ ବିସ୍ତାର ଏବଂ ଅଞ୍ଚଳୀୟ ସମୃଦ୍ଧି ପାଇଁ ଏକ ପ୍ରଭାବଶାଳୀ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ